www.samajalive.in
Saturday, December 13, 2025
14.1 C
Bhubaneswar

ଚାଉଳିଆଗଞ୍ଜ ବନ୍ଦ ଡାକରା : ରାସ୍ତାରୋକ ଯୋଗୁଁ ଅଟକି ରହିଛି ଶହ ଶହ ଗାଡି

କଟକ :  ଓଏମ୍‍ପି ଛକ ସ୍ଥିତ ଷଷ୍ଠ ବାଟାଲିୟନ ଦ୍ୱିତୀୟ କ୍ୟାମ୍ପସ ଜମିରେ ବସ୍ତି ଗୃହ ନିର୍ମାଣକୁ ନେଇ  ବୃଦ୍ଧି ପାଉଥିବା ବିରୋଧାଭାଷ ଶୁକ୍ରବାର ଉଗ୍ର ରୂପ ଧାରଣ କରିଛି। ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ  ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯିବା ସହ ଆଜି ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତର ଉଭୟ ପକ୍ଷରେ ଶହ ଶହ ଗାଡି ଅଟକି ରହିଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୁଲିସ ପକ୍ଷରୁ ଓଏମ୍‍ପି ଛକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଗୁରୁବାର ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା ମଞ୍ଚ , ପୂଜା କମିଟି ସଦସ୍ୟ ଓ ମୁରବି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ସେଠାରେ ବସ୍ତି ନିର୍ମାଣ ନକରିବା ଲାଗି ଦାବି ଜଣାଇଥିଲେ। ଆଲୋଚନାରୁ କୌଣସି ସୁଫଳ ବାହାରିପାରିନଥିଲା। ତେଣୁ ଆଜି ଚାଉଳିଆଗଞ୍ଜ ବାସିନ୍ଦା ରାସ୍ତାରୋକ କରିବେ ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଥିଲା।
ଷଷ୍ଠ ବାଟାଲିୟନରେ ପ୍ରଶାସନ ଅଞ୍ଚଳବାସୀଙ୍କ ସହ ଅଲୋଚନା ନକରି ତରବରିଆ ଭାବେ ବସ୍ତିବାସୀଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ଅନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବରୁ ଏ ନେଇ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଭେଟି ଅଲୋଚନା କରିଥିବା ବେଳେ ଆଜି ଆରଡିସିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଆରଡିସି ଶ୍ରୀ ସାମଲ, ଜିଲାପାଳ ଶ୍ରୀ ଚୟନୀ, ସିଏମ୍‍ସି କମିସନର ଅନନ୍ୟା ଦାସଙ୍କ ସହ ଚାଉଳିଆଗଞ୍ଜ ବାସିନ୍ଦା, ପୂଜା କମିଟି କର୍ମକର୍ତ୍ତା, ଶାନ୍ତି କମିଟି କର୍ମକର୍ତ୍ତା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ। ବସ୍ତି ବାସିନ୍ଦାଙ୍କୁ ଏଠାରେ ସାମୂହିକ ଭାବେ ଥଇଥାନ କରାଯାଉଛି, ଏହା ଦ୍ୱାରା ଅଞ୍ଚଳବାସୀଙ୍କ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଆରଡିସି ଯୁକ୍ତି ବାଢିଥିବା ବେଳେ ଅଞ୍ଚଳବାସୀ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା। ସୁରକ୍ଷା ମଞ୍ଚର ଆବାହକ ଚିରଞ୍ଜୟ ସାହୁ, ନିରଞ୍ଜନ ସାହୁ, ନରେନ୍ଦ୍ର ପାତ୍ର, ସଂଗ୍ରାମ ପାତ୍ର, ସୁରେନ୍ଦ୍ର ନାଥ ସାହୁ, ଶିବ ପ୍ରସାଦ ସାହୁ, ବଂଶୀଧର ପୃଷ୍ଟି, ସୁନିଲ ସାହୁ, ଜଗନ୍ନାଥ ମଲ୍ଲିକ, ସୋମନାଥ ବାରିକ, ମନୋଜ ସାହୁ, ସୁକାନ୍ତ ସାହାଣି, ନଳିନୀକାନ୍ତ ଦାସ, ପ୍ରମୋଦ ସାହୁ, ଦିନବନ୍ଧୁ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories