www.samajalive.in
Sunday, December 7, 2025
13.1 C
Bhubaneswar

ମହିଳା ଇନ୍ସପେକ୍ଟରଙ୍କ ଦାବି; ହିଂସା ପାଇଁ ଉସୁକାଇଥିଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପାଇଁ ଉସୁକାଇଥିଲେ ଭାରତୀୟ କୃଷକ ସଂଗଠନର ନେତା ରାକେଶ ଟିକାୟତ। ଏହି ଦାବି କରିଛନ୍ତି ଦିଲ୍ଲୀର ମଣ୍ଡାବଲୀ ଥାନା ଏସଏଚଓ ତଥା ଇନ୍ସପେକ୍ଟର ପୁଷ୍ପଲତା। ଗାଜିପୁର ଅଣ୍ଡରପାସ ନିକଟରେ ଟ୍ରାକ୍ଟର ରାଲି ଚାଲିଥିବାବେଳେ ରାକେଶ ଟିକାୟତ କୃଷକମାନଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଉସୁକାଇଥିଲେ ବୋଲି ପୁଷ୍ପଲତା କହିଛନ୍ତି।

ପୁଷ୍ପଲତାଙ୍କ କହିବା ଅନୁସାରେ, ଗାଜିପୁର ବର୍ଡରରୁ ଲାଲକିଲା ଆଡକୁ ଯିବା ଲାଗି ରାକେଶ କୃଷକମାନଙ୍କୁ କେବଳ ଉସୁକାଇ ନ ଥିଲେ ବରଂ ସେ ଏହାର ନେତୃତ୍ବ ବି ନେଇଥିଲେ। ଯେତେବେଳେ ତାଙ୍କ ନେତୃତ୍ବରେ ରାଲି ଗାଜିପୁରରୁ ଦିଲ୍ଲୀ ଅଭିମୁଖେ ବାହାରିଲା ସେତେବେଳେ ଦୁଇ ଜଣ ମହିଳା ପୁଲିସ କର୍ମଚାରୀ ସେମାନଙ୍କୁ ରୋକିଥିଲେ। ଏହି ଦୁଇ ମହିଳା ପୁଲିସ ଟ୍ରାକ୍ଟର ସମ୍ମୁଖରେ ଛିଡ଼ା ହୋଇପଡ଼ିଥିଲେ। ଏହା ସତ୍ବେ ଚାଷୀମାନେ ବାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାରୁ ଇନ୍ସପେକ୍ଟର ପୁଷ୍ପଲତା ଏବଂ ଅନ୍ୟତମ ମହିଳା ପୁଲିସ କର୍ମଚାରୀ ସୁମନ କୁଶୱାହା ଟ୍ରାକ୍ଟର ବନେଟ୍‌ ଉପରେ ଝୁଲି ପଡ଼ିଥିଲେ। ଏସବୁ ରାକେଶଙ୍କ ଉପସ୍ଥିତିରେ ହୋଇଥିଲା।

- Advertisement -

ପୁଷ୍ପଲତା କହିଛନ୍ତି ଯେ,​‌ ସେ କୃଷକମାନଙ୍କୁ ବହୁତ ବୁଝାଇବା ପାଇଁ ଉଦ୍ୟମ କରିଥିଲେ, କିନ୍ତୁ ସେମାନେ ମାନି ନ ଥିଲେ। ବୁଧବାର ସନ୍ଧ୍ୟାରେ ରାକେଶ ଟିକାୟତ ଏକ ମନ୍ତବ୍ୟ ଦେଇ କହିଥିଲେ ଯେ, ଯଦି ଆନ୍ଦୋଳନକାରୀ ଲାଲକିଲା ପହଞ୍ଚି ଯାଇଥିଲେ, ତେବେ ପୁଲିସ କାହିଁକି ଗୁଳି ଚଳାଇଲା ନାହିଁ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପୁଷ୍ପଲତାଙ୍କୁ ପଚାରିବାରୁ ସେ କହିଥିଲେ, ରାକେଶ ଟିକାୟତ ତାଙ୍କୁ ଗାଜିପୁର ନିକଟରେ ଅନେକ ଥର ଉସୁକାଇବାକୁ ଉଦ୍ୟମ କରିଥିଲେ। ଯଦି ଆମେ ଗୁଳି ଚଳାଇ ଦେଇଥାନ୍ତୁ, ତେବେ ଦୃଶ୍ୟପଟ କିଛି ଭିନ୍ନ ହୋଇଥାନ୍ତା। କିନ୍ତୁ ଗୁଳି ଚଳାଇବା ଆମ ଉଦ୍ଦେଶ୍ୟ ନ ଥିଲା। ଆମେ ବାରମ୍ବାର ଶାନ୍ତି ରକ୍ଷା ପାଇଁ ଉଦ୍ୟମ କରିଛୁ।

ସୂଚନାଯୋଗ୍ୟ, ଗାଜିପୁରରୁ ଦିଲ୍ଲୀ ଯାଇଥିବା ରାସ୍ତାରେ ଇନ୍ସପେକ୍ଟର ପୁଷ୍ପଲତା ଏବଂ ତାଙ୍କ ସହଯୋଗୀ ଚାଷୀଙ୍କ ଭିଡ଼କୁ ପ୍ରାୟ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ରୋକିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories