www.samajalive.in
Sunday, December 7, 2025
14.1 C
Bhubaneswar

ଦୁର୍ଘଟଣାର ୧୮ ଘଣ୍ଟା ପରେ ମୃତଦେହ ଜବତ କଲା ରେଳ ବିଭାଗ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ରେଳ ଲାଇନ ଅତାବିରା- ଗୋଡ଼ଭଗା ମଝିରେ ଭୋଇପାଲି ଝାଉଁଜୋର ନିକଟ ତଥା ରେଲୱେ ଲାଇନ ଖୁଣ୍ଟ ନଂ ୫୮୫/୨ ପାଖରେ ଦୁର୍ଘଟଣା ପରେ ଏକ ମୃତଦେହ ପଡି ରହିଥିଲା। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୮ ଘଣ୍ଟା ପରେ ପୁଲିସ ମୃତଦେହକୁ ଜବତ କରିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଟି ଅମଳିପାଲି ଗ୍ରାମର ସଦାନନ୍ଦ ଭୁଏ ଙ୍କ ବଡ ପୁଅ ବିଭୁତି ଭୁଏ। ସଦାନନ୍ଦ ଭୁଏ ଦୀର୍ଘ ଦଶ ବର୍ଷ ହେବ ନିଜ ଘର ଛାଡ଼ି ସରଣ୍ଡା ସ୍ଥିତ ଭୁଲିଆ ଛକ ଠାରେ ନିଜ ପରିବାର କୁ ଧରି ପେଟ ପାଟଣା ପାଇଁ କୁଲି ମଜୁରୀ କାମ କରିଆସୁଥିଲେ। ଭୁଏ ଙ୍କ ଦୁଇ ପୁଅ ବିଭୁତି ଓ ଗିରିଷ।ହେଲେ ଗତ ସନ୍ଧ୍ୟାରୁ ପୁଅ ଘରକୁ ଫେରି ନଥିବାରୁ  ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ। ଯାହା ଆଜି ଚାରିଆଡେ ଚର୍ଚ୍ଚା ହେବା ପରେ ପୁଅର ଠାବ ମିଳିଥିଲା ରେଳ ଧାରଣା କଡରୁ। କିପରି ଭାବେ ଘଟଣା ଘଟିଥିଲା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସାଧାରଣ ଲୋକଙ୍କ କଥାରୁ ଜଣାପଡେ ଯେ, ଗତକାଲି ସନ୍ଧ୍ୟାରୁ ଏକ ଟ୍ରେନରେ ଦୁର୍ଘଟଣା ଘଟି ଦୀର୍ଘ ସମୟ ଧରି ବେସାହାରା ହୋଇ ପଡି ରହି ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଅତାବିରା ଷ୍ଟେସନ ଜରିଆରୁ ଖବର ପାଇ ବରଗଡ଼ ସବ ଇନିସ୍ପେକ୍ଟର ଏସ୍.ଇ ପଣ୍ଡା ଓ ସମ୍ବଲପୁର ଜି ଆର ପି ସବ ଇନିସ୍ପେକ୍ଟର ସଦଲବଳେ ଉକ୍ତ ଘଟଣା ସ୍ଥଳକୁ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ପ୍ରଶ୍ନ ଉଠୁଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ଭାବରେ ରେଲୱେ ବିଭାଗ କୁ ଘଟଣା ଜଣା ପଡି ନଥିଲା। ଘଟଣା ଘଟିବା ପରେ ସେହି ଧାରଣା ଦେଇ ଗୋଟିଏ ପରେ ଗୋଟିଏ ଟ୍ରେନ ଯିବା ଆସିବା କରିଥିବ। ହେଲେ ବିଭଗୀୟ କର୍ମଚାରୀ ମାନଙ୍କ ଦୃଷ୍ଟି ପଡି ନଥିଲା କି ବିଭାଗ ର ମାନବିକତା ନଥିବା ଯୋଗୁଁ ଶବଟି ଦୀର୍ଘ ସମୟ ଧରି ପଡି ରହିଲା ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories