www.samajalive.in
Saturday, December 13, 2025
15.1 C
Bhubaneswar

ଉତ୍କଳ ଏକ୍ସପ୍ରେସ ରହଣି ଦାବି ନେଇ ବ୍ରଜରାଜନଗରରେ ରେଳରୋକ

ବ୍ରଜରାଜନଗର: ବ୍ରଜରାଜନଗର ରେଳ ଷ୍ଟେସନରେ ପୁରୀ- ହରିଦ୍ୱାର ଉତ୍କଳ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଆଜି ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଆଜି ସକାଳୁ ବ୍ରଜରାଜନଗର ସହରର ଦୋକାନ ବଜ଼ାର ଓ ଗାଡି ଚଳାଚଳ ବନ୍ଦ ରହିଛି।

ସେପଟେ ଆନ୍ଦୋଳନକାରୀମାନେ ୩ ଓ ୪ ନମ୍ବର ପ୍ଲାଟଫୋର୍ମ ରେଳ ଧାରଣାରେ ବସି ରହିଥିବାରୁ ବ୍ରଜରାଜନଗର ଷ୍ଟେସନରେ ମାଲବାହୀ ଟ୍ରେନ ଅଟକି ରହିଛି। ଆନ୍ଦୋଳନରେ ବ୍ରଜରାଜନଗର ପୂର୍ବତନ ନଗରପାଳ ନନ୍ଦ କିଶୋର ଅଗ୍ରୱାଲ, ବିଶ୍ୱନାଥ ନାୟକ, ପ୍ରମୋଦ ପଣ୍ଡା, ଗୁଡୁ ରାୱଲାନି, ରାଧାକାନ୍ତ ପ୍ରଧାନ, ସୁଧାଂଶୁ ତ୍ରିପାଠୀ, କମଳ ଗୋୟଲ, ମହେଶ ମୁଲି, ଅମରେନ୍ଦ୍ର ରାୟ, କୁଳମଣି ଦାସ, ଦେବେଶ ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି। ଅପରପକ୍ଷେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆରପିଏଫ, ଜିଆରଏଫ ଓ ସ୍ଥାନୀୟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି।

- Advertisement -

ସୂଚନାଯୋଗ୍ୟରେ, ସାରା ଦେଶରେ ତାଲା ବନ୍ଦ ଯୋଗୁଁ ରେଳ ଚଳାଚଳ ବନ୍ଦ ରହିଥିଲା। ହେଲେ ଏବେ ଧୀରେ ଧୀରେ ଟ୍ରେନ ଚଳାଚଳ ପ୍ରକ୍ରିୟା ସ୍ୱାଭାବିକ ହେବାରେ ଲାଗିଛି। ସେପଟେ ବ୍ରଜରାଜନଗର ଦେଇ ଚଳାଚଳ କରୁଥିବା ଉତ୍କଳ ଏକ୍ସପ୍ରେସ ଟ୍ରେନ ଆଜିଠାରୁ ଚଳାଚଳ ଆରମ୍ଭ କରିଛି ହେଲେ ବ୍ରଜରାଜନଗର ଷ୍ଟପେଜ ନଥିବା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଏ ନେଇ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡିଭିଜନ ଜିଏମଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଗତ କାଲି ଉପଜିଲ୍ଲାପାଳ ଶିବ ଟପୋଙ୍କ ଅଧକ୍ଷତାରେ ଏକ ବୈଠକ ବ୍ରଜରାଜନଗର ନାଗରିକ କମିଟି ଓ ଏଆରଏମ ପିୟୁସ ଲହେରେଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ତେବେ ତାହା ମଧ୍ୟ ବିଫଳ ହୋଇଥିବାରୁ ଗୁରୁବାର ରେଳରୋକ କରିବାକୁ ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories