www.samajalive.in
Saturday, December 13, 2025
15.1 C
Bhubaneswar

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ।  ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ଯାଜପୁର ଏସ୍‌ପି ସୂଚନା ଦେଇଛନ୍ତି। ହେଲ ସେମାନଙ୍କ ପରିଚୟ ପୁଲିସ ପକ୍ଷରୁ ଦିଆଯାଇ ନାହିଁ ।

ସୂଚନା ମୁତାବକ, ରସୁଲପୁର ବ୍ଲକ୍‍ ଅନ୍ତର୍ଗତ କୁଆଖିଆ ଥାନା ଅଞ୍ଚଳରୁ ବୁଧବାର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କୁଆଖିଆ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି। କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା।

- Advertisement -

ମୃତ ଛାତ୍ରୀଙ୍କ ନିକଟରୁ ପୁଲିସ ଏକ ଏୟାର ବ୍ୟାଗ୍‌ ଜବତ କରିଥିଲା। ଉକ୍ତ ବ୍ୟାଗ୍‌ରୁ ଛାତ୍ରୀଙ୍କ ପରିଚୟପତ୍ର, ଟେଲିଫୋନ୍‌ ନମ୍ବର, ପୋଷାକ ପତ୍ର, ପାଠ୍ୟ ପୁସ୍ତକ ମିଳିଛି। ମିଳିଥିବା ମୋବାଇଲ ନମ୍ବରକୁ ଆଧାରକରି ପୁଲିସ ତା’ର ପରିବାରବର୍ଗଙ୍କୁ ଖବର ଦେଇଥିଲା। ମୃତ ଛାତ୍ରୀ ଜଣଙ୍କ ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ ଦର୍ଶନଶାସ୍ତ୍ର ସମ୍ମାନ ଛାତ୍ରୀ ଝରାଫୁଲ ନାୟକ(୨୦) ବୋଲି ଜଣାପଡିଥିଲା। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମ‌େ‌ର। ସେ ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି।
ପୁଲିସଠାରୁ ଖବର ପାଇ ମୃତ ଛାତ୍ରୀଙ୍କ ବାପା ରମାକାନ୍ତ, ମା’, ଭାଇ ଓ ୩ଜଣ ମାଈଁ କୁଆଖିଆ ଥାନାରେ ପହଞ୍ଚିଥିଲେ। ଛାତ୍ରୀ ଜଣଙ୍କ ଗତ ୨୫ ତାରିଖରେ ଭୁବନେଶ୍ୱରରେ ଥିବା ତା’ର ସାଙ୍ଗର ଜନ୍ମଦିନରେ ଯୋଗଦେବାକୁ ୨୪ ତାରିଖରେ ଘରୁ ଝାଡ଼େଶ୍ୱର ବସ୍‌ରେ ଭୁବନେଶ୍ୱରକୁ ଆସିଥିଲେ। ୨୫ ତାରିଖରେ ସାଙ୍ଗର ଜନ୍ମଦିନରେ ଯୋଗଦେଥିଲେ।

ଭୁବନେଶ୍ୱରରୁ ମଙ୍ଗଳବାର ସକାଳେ ଝାଡ଼େଶ୍ୱର ବସ୍‌ରେ ଗାଁକୁ ଆସୁଥିବା ସମୟରେ ବାଣୀବିହାର ନିକଟରେ ଅସୁସ୍ଥ ଅନୁଭବ କରିବାରୁ ଛାତ୍ରୀ ଜଣଙ୍କ ସକାଳ ପ୍ରାୟ ୧୧.୧୫ ମିନିଟ୍‌ରେ ବସ୍‌ରୁ ଓହ୍ଲାଇ ସେଠାରେ ଥିବା ଜଣେ ସହପାଠୀଙ୍କ ନିକଟରେ ରହିଥିଲେ। ସେହିଦିନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାପା ଝିଅ ସହିତ କଥାବାର୍ତ୍ତା ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ସମ୍ଭବପର ହୋଇ ନ ଥିଲା।

ଏକ ନାଲି ରଙ୍ଗର ସ୍କୁଟିରେ ୨ ଜଣ ଅଭିଯୁକ୍ତ ଛାତ୍ରୀଙ୍କ ମୃତଦେହକୁ ମଝିରେ ରଖି ପ୍ରଥମେ ମୂଳାପାଳ ଛକ ଦେଇ ଗଙ୍ଗାଧରପୁର ପର୍ଯ୍ୟନ୍ତ କିଛି ବାଟ ଯାଇ ସେଇ ରାସ୍ତାରେ ଫେରି ରାସ୍ତା ପାର୍ଶ୍ବ ତାଳଗଛ ନିକଟରେ ମୃତ ଛାତ୍ରୀଙ୍କୁ ପକାଇ ପ୍ରଥମଖଣ୍ଡ-ଗୋପାଳପୁର ଗ୍ରାମ ଦେଇ କେଉଁଆଡ଼େ ପଳାଇ ଯାଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଥିଲେ। ମୃତଦେହ ପଡ଼ିଥିବା କିଛି ଦୂରରେ ବିଲରେ କେତେକ ଲୋକ କାମ କରୁଥିଲେ। ଏହା ଦେଖି ସେମାନେ ଘଟଣାସ୍ଥଳରୁ ପହଞ୍ଚିବା ବେଳକୁ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories