www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାର୍ଥ ଛାଡି ସେବା ଯୋଗାଇ ଦେବାକୁ ଆହ୍ୱାନ, ମହାପ୍ରୟାଣ ସଙ୍ଗଠନ ର ବାର୍ଷିକ ସମ୍ମିଳନୀ

ରାୟଗଡା: ରାୟଗଡା ଜିଲା ଗୁଣୁପୁର ଠାରେ ଜୟ ଜଗନ୍ନାଥ ମହାପ୍ରୟାଣ ସଙ୍ଗଠନର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ତହସିଲଦାର ଫର୍ଣ୍ଣଣ୍ଡିଜ ଏକ୍କା ଯୋଗ ଦେଇ ବିନା ମୂଲ୍ୟରେ ଶବ ବହୁଥିବା ସ୍ୱର୍ଗରଥ ର କାର୍ଯ୍ୟଧାରାକୁ ବେଶ ପ୍ରଶଂସା କରିବା ସହ ଏଭଳି ମହତ କାର୍ଯ୍ୟ କରିବା ପାଇଁ ବିନା ସ୍ଵାର୍ଥରେ ଆଗେଇ ଆସିବକୁ ଆହ୍ୱାନ ଦେଇଥିଲେ। ସଂଗଠନର ସମ୍ପାଦକ ଡ଼ କୃଷ୍ଣଚନ୍ଦ୍ର ପଣ୍ଡା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସଙ୍ଗଠନର ଆଗମୀ ରୂପରେଖ ଆଲୋଚନା ହେବା ସହ ବର୍ତ୍ତମାନ ସୁଦ୍ଧା ବିନା ମୂଲ୍ୟରେ ଓ ବିନା ସ୍ଵାର୍ଥରେ ଚାଳକ ଦୟାନିଧି ବାରିକ ୮୦୫ ଟି ଶବ ବୋହି ଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ସଞ୍ଜୟ ସାହୁଙ୍କ ଉଦ୍ୟମରେ ଗୁଣୁପୁର ଓ ପଦ୍ମପୁର ଅଞ୍ଚଳରେ ଦୁଇଟି ସ୍ୱର୍ଗରଥ ବିନା ମୂଲ୍ୟରେ ଶବ ବୋହିବା କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଆଗକୁ ଏହି ସେବା ପୁରୀ ସ୍ୱର୍ଗଦ୍ୱାର ଯାଏଁ ସମ୍ପ୍ରସାରିତ ହେବା ଲକ୍ଷ୍ୟ ରଖାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories