www.samajalive.in
Monday, December 8, 2025
14.1 C
Bhubaneswar

ରାମଚନ୍ଦ୍ରପୁରରେ ଚଢ଼ାଉ କରାଯାଇଥିବା ତେଲ କମ୍ପାନୀ ମାଲିକଙ୍କ ନାମରେ ମାମଲା ରୁଜୁ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଥିବା ଗ୍ଲୋବାଲ ଏଗ୍ରୋଟେକ ତେଲ କାରଖାନା ଉପରେ ସୋମବାର ଗୋପାଳପୁର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। କମ୍ପାନୀ ମାଲିକଙ୍କ ପକ୍ଷରୁ କୈାଣସି ସଠିକ କାଗଜ ପୁଲିସ ନିକଟରେ ଉପସ୍ଥାପନ କରା ନଯିବାରୁ କମ୍ପାନୀ ମାଲିକ କାଳୀଚରଣ ସାହୁଙ୍କ ନାମରେ ୧୭/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ଗତ ଦେଢ଼ ବର୍ଷ ହେବ କାଳୀଚରଣ ସାହୁଙ୍କ ପକ୍ଷରୁ ରାମଚନ୍ଦ୍ରପୁରଠାରେ ଗ୍ଲୋବାଲ ଏଗ୍ରୋଟେକ କମ୍ପାନୀ କରାଯାଇ ଖାଇବା ତେଲ ପ୍ୟାକେଜିଂ କରି ମାର୍କେଟରେ ବିକ୍ରି କରାଯାଉଥିଲା। କମ୍ପାନୀ ମାଲିକ କାଳୀ ଚରଣ ସାହୁ ପାରାଦୀପର ଆଦାନୀ କମ୍ପାନୀରୁ ଖୋଲା ଖାଇବା ତେଲ ଆଣି ଏଠାରେ ଦୁଇଟି ବ୍ରାଣ୍ଡ ପିୟୁର ଗୋଲ୍ଡ ଓ ଫାଷ୍ଟ ଡ୍ରପ ନାମରେ ପ୍ୟାକେଜିଂ କରି ବିକ୍ରୀ କରୁଥିଲେ। କିନ୍ତୁ ସୋମବାର ଦିନ ଏହି କାରଖାନାରେ ଭେଜାଲ ତେଲ ପ୍ରସ୍ତୁତ କରାଯାଉଥିବା ଖବର ପାଇ ପୁଲିସ କାରଖାନା ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ତେଲ, ପ୍ୟାକେଜିଂ ଜରି ସହ ଅନ୍ୟ ସାମଗ୍ରୀ ଏବଂ ଅନେକ ବାସନଧୂଆ ଲିକୁଇଡ଼୍‍ ମଧ୍ୟ ଜବତ କରିଥିଲା। ଜବତ ତେଲ ଭେଜାଲ କି ନାହିଁ ତାହା ଜାଣିବା ପାଇଁ ଗଞ୍ଜାମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ସୁଚନା ଦେବାପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀ ଏବଂ ଗୋପାଳପୁର ପୁଲିସ୍ ଉକ୍ତ ତେଲ ପ୍ୟାକେଜିଂ କାରଖାନାରେ ପହଞ୍ଚି କାରଖାନାର ଯାଞ୍ଚ କରିଥିଲେ।

- Advertisement -

କମ୍ପାନୀ ପରିସର ସମ୍ପୂର୍ଣ୍ଣ ଅଳିଆ ଭିତର ରହିଥିବା ସହ କଞ୍ଚା ତେଲ ରହିଥିବା ଟାଙ୍କି ଭିତରେ ଜଂଗ ସହିତ ଅନେକ ପୋକଜୋକ ପଡ଼ି ରହିଥିବା ଜଣାପଡିଥିଲା। ଘଟଣା ପରଠାରୁ କାରଖାନାକୁ ସିଲ୍ କରାଯିବା ସହ ସେଠାରେ ପୁଲିସ ମୁତୟନ କରାଯାଇଥିବା ସହ ଜବତ ତେଲର ସାମ୍ପୁଲକୁ ରାଜ୍ୟ ଲେବରେଟୋରୀକୁ ଗୁଣବତ୍ତା ଯାଞ୍ଚ ନିମନ୍ତେ ପଠାଯାଇଥିଲା। ଟେଷ୍ଟ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ଅସଲି କି ନକଲି ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଏଥି ସହ କମ୍ପାନୀ ମାଲିକ ଶ୍ରୀ ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖିବା ସହ କମ୍ପାନୀ ନେଇ କାଗଜ ପ୍ରଦାନ ନିମନ୍ତେ ସୁଯୋଗ ଦିଆଯାଇଥିଲା। କିନ୍ତୁ କମ୍ପାନୀ ଶ୍ରୀ ସାହୁ କ୍ୱାଲିଟି, ଟ୍ରେଡ ମାର୍କ ଲାଇସେନ୍ସ ଓ ଅନ୍ୟାନ୍ୟ ନଥି ପତ୍ର ପ୍ରଦାନ ନକରିବାରୁ ଥାନା ପକ୍ଷରୁ ମାଲିକ ଶ୍ରୀ ସାହୁଙ୍କ ନାମରେ ୧୭/୨୧ରେ ଏକ ମାମଲା ରୁଜୁ ସହ ଆଇ ପି ସି ୧୩୧/୧୩୨/୨୭୨/୨୭୩ ଧାରାରେ ମାମଲା ରୁଜୁ କରିଛି। ଗୁରୁବାର ଶ୍ରୀ ସାହୁଙ୍କ କୋଭିଡ୍ ଟେଷ୍ଟ କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବିବେକା ନନ୍ଦ ମହନ୍ତ କହିଛନ୍ତି। ସାମ୍ପୁଲ ରିପୋର୍ଟ୍ ଆସିଲେ ଅସଲି କି ନକଲି ତେଲ ଜଣାପଡ଼ିବ ବୋଲି ଥାନା ଅଧିକାରି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories