www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀ ହିଂସାର ଛାତିଥରା ଦୃଶ୍ୟ; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କି ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମୁତୟନ ପୁଲିସ କର୍ମଚାରୀମାନଙ୍କୁ ଧକ୍କା ଦେଇ ଉଚ୍ଚ ସ୍ଥାନରୁ ତଳକୁ ଠେଲି ଦେଇଥିଲେ। ଏହି ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସା ସମୟର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

- Advertisement -

ଏକ ଭିଡିଓରୁ ଦେଖାଯାଇଛି ଯେ, ଦଙ୍ଗାକାରୀମାନେ ପୁଲିସ କର୍ମଚାରୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଲାଠିରେ ପଟିବା ସହିତ ଲାଲକିଲାର ପ୍ରାଚୀର ଉପରୁ ୨୦ ଫୁଟ ତଳକୁ ଠେଲି ଦେଇଥିଲେ। ଅନେକ କର୍ମଚାରୀ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ସେହିପରି ଲାଲ୍‌କିଲା କ୍ୟାମ୍ପସ ଭିତରେ ସୁରକ୍ଷାକର୍ମୀମାନେ ଏକ କୋଣରେ ଫସିରହିଥିବାବେଳେ ଦଙ୍ଗାକାରୀମାନେ ସେମାନଙ୍କୁ ଠେଙ୍ଗାରେ ପିଟିଥିଲେ। ବାରିକେଡ୍‌କୁ ଭାଙ୍ଗି ପୁଲିସକୁ ପିଟିଥିଲେ।

ଏହାବ୍ୟତୀତ ଆକ୍ରମଣକାରୀମାନେ ଲାଲକିଲା ଭିତରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାଳୟରେ ବି ଭଙ୍ଗାରୁଜା କରିଥିଲେ। ଧରା ନ ପଡ଼ିବା ଲାଗି ସେମାନେ ସିସିଟିଭି କ୍ୟାମେରାଗୁଡ଼ିକୁ ଭାଙ୍ଗି ଦେଇଥିଲେ। ସିଆରପିଏଫ ଯବାନଙ୍କ ଗାଡ଼ିକୁ ଓଲଟାଇ ଦେଇଥିଲେ।

ଲାଲକିଲା କ୍ୟାମ୍ପସରେ ଥିବା ବୁକିଂ କାଉଣ୍ଟରକୁ ବି ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିଲେ। ସେଠାରେ ଥିବା ବିଭିନ୍ନ ଉପକରଣ ଏବଂ ଯନ୍ତ୍ରପାତିକୁ ଭଙ୍ଗାରୁଜା କରିଥିଲେ। ସିମେଣ୍ଟ ବାରିକେଡ୍‌ ଭାଙ୍ଗିଦେଇଥିଲେ। ଲାଲକିଲା ଭିତରେ ତିଆରି ହୋଇଥିବା ପୁଲିସ ପୋଷ୍ଟକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories