www.samajalive.in
Saturday, December 13, 2025
14.1 C
Bhubaneswar

ବୁରାଡ଼ି ଅନୁରୂପ ଘଟଣା ମେକ୍ସିକୋରେ ପୁନରାବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡ଼ିରେ ଗୋଟିଏ ପରିବାରର ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ଅନୁରୂପ ଘଟଣା ମେକ୍ସିକୋରେ ଘଟି ଯାଇଛି। ଏଭଳି ଘଟଣା ମେକ୍ସିକୋ ପୁଲିସକୁ ଦ୍ୱନ୍ଦ୍ୱରେ ପାଇଛି। ଆଇଏନଏସ ଏଜେନ୍ସିଠାରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ପରିବାରରେ ୩ଜଣ ମହିଳା ଓ ୮ଜଣ ପୁରୁଷ ଥିଲେ। ସେମାନଙ୍କ ମୃତ୍ୟୁ ପୂର୍ବରୁ ଡ୍ରଗ୍ସ ନେଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତେବେ ବୁରାଡ଼ିରେ ପରିବାରର ସମସ୍ତ ସଦସ୍ୟ ଗଳାରେ ଦୌଡ଼ି ବାନ୍ଧି ଆତ୍ମହତ୍ୟା କରିଥିବାବେଳେ ମେକ୍ସିକୋର ଘଟଣାରେ ପରିବାରବର୍ଗଙ୍କୁ ଗୁଳି ମାରି ହତ୍ୟା କରାଯାଇ ଥିଲା।
ଜୁଆରେଜ ମେୟର ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉକ୍ତ ଘରେ ସାଧାରତଃ କେହି ରହୁ ନଥିଲେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଖାଲି ଘରଟି ସାଧାରତଃ ଉତ୍ସବ ଅବସରରେ ବ୍ୟବହୃତ ହେଉଥିଲା। ଫଳରେ କେହିଁ ରହୁ ନଥିଲେ ମଧ୍ୟ ଉକ୍ତ ଘରେ ପ୍ରାୟତଃ ଗହଳି ଲାଗି ରହିଥିଲା। ପୁଲିସ ପକ୍ଷରୁ ତଦନ୍ତ ଅବ୍ୟାହତ ରହିଥିବାବେଳେ ଏହି ଘଟଣାର କାରଣ ଜଣା ପଡ଼ି ନାହିଁ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories