www.samajalive.in
Saturday, December 13, 2025
14.1 C
Bhubaneswar

ସଂସଦରେ ୧୮ ବିଲ୍‍ ପାରିତ

ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ଚଳିତ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୧୮ଟି ବିଲ୍‍ ପାରିତ କରାଇପାରିଛନ୍ତି। ସେଥିମଧ୍ୟରୁ ରାଜ୍ୟସଭାରେ ୬ଟି ଓ ଲୋକସଭାରେ ୧୨ଟି ବିଲ୍‍ ପାରିତ ହୋଇଛି। ଲୋକସଭାରେ ପାରିତ ହୋଇଥିବା ବିଲ୍‍ରେ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‍ ରହିଛି। ସେଥିମଧ୍ୟରେ ଷ୍ଟେଟ୍‍ ବ୍ୟାଙ୍କ(ମିଶ୍ରଣ ଓ ସଂ) ବିଲ୍‍, ଜମି ଅଧିଗ୍ରହଣ ବିଲ୍‍, ସ୍ୱତନ୍ତ୍ର ରିଲିଫ୍‍ ଆଇନ୍‍, ଅର୍ଥନୈତିକ ପଳାତକ ଅପରାଧୀ ବିଲ୍‍ ଓ ନେଗୋସିଏବଲ୍‍ ଇନ୍‍ଷ୍ଟ୍ରୁମେଣ୍ଟ ଆଇନ୍‍ ପରି ଗୁରୁତ୍ୱପୂର୍ଣ୍ଣ ବିଲ୍‍ ରହିଛି।
ଜୁଲାଇ ୧୮ତାରିଖରେ ଅଧିବେଶନ ଆରମ୍ଭରୁ ସରକାର ଅନାସ୍ଥା ଭୋଟ୍‍ର ସମ୍ମୁଖୀନ ହୋଇଥିଲେ। ଏଥିରେ ବିରୋଧୀମାନେ ହାରିଯିବା ପରେ ସଂସଦରେ ଆଉ ସେଭଳି କିଛି ହଟ୍ଟଗୋଳ କିମ୍ବା ବିଶୃଙ୍ଖଳା ଦେଖିବାକୁ ମିଳିନାହିଁ। ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିବାରୁ ବିଲ୍‍ ପାରିତ ହେବାରେ ସମସ୍ୟା ଉପୁଜିନାହିଁ। ଏନଆରସି ତାଲିକା ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରି ରାଜ୍ୟସଭାରେ ମାତ୍ର ଗୋଟିଏ ଦିନ ପାଇଁ ଗୃହ ମୁଲତବୀ ରହିଥିଲା। ଅପରପକ୍ଷରେ ଗତ ବଜେଟ୍‍ ଅଧିବେଶନରେ ଗୃହ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଥିଲା।
ଅଧିବେଶନ ଆରମ୍ଭରୁ ଅନାସ୍ଥା ପ୍ରସ୍ତାବ ହିଁ ଗୃହ କାର୍ଯ୍ୟକୁ ଶୃଙ୍ଖଳିତ କରିବାର ମୁଖ୍ୟ କାରଣ ବୋଲି ସରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି। ଅପରପକ୍ଷରେ ବିଲ୍‍ ପାରିତ ହେବା ପ୍ରସଙ୍ଗରେ ସଂସଦୀୟ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରାଯାଇଛି। ସେ ସବୁଦିନ ସକାଳୁ ବିରୋଧୀ ଦଳର ସଦସ୍ୟଙ୍କ ନିକଟକୁ ଯାଇ ବ୍ୟକ୍ତିଗତ ଭାବେ ବିଲ୍‍ରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ସହିତ ବିଲ୍‍ ପାରିତ କରିବା ପାଇଁ ଆଲୋଚନା କରିଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories