www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶା ସରକାର ଓ ଏଲ୍‌ଆଣ୍ଡ୍‌ଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ, ଶିଳ୍ପ ସଂସ୍ଥା ପାଇଁ ଆବଶ୍ୟକ ଦକ୍ଷ ଓ କୁଶଳୀ ମାନବସମ୍ବଳ ମିଳିବା ହୋଇପାରିବ ସହଜ

ଭୁବନେଶ୍ୱର: ବ୍ରହ୍ମପୁରର ହିଞ୍ଜିଳିକାଟୁସ୍ଥିତ ଆଇଟିଆଇରେ ୪୦୦ କେଭି ବିଦ୍ୟୁତ୍‌ ଟାୱାର ପ୍ରତିଷ୍ଠା, ଏହାର ରକ୍ଷଣାବେକ୍ଷଣ ଓ ବିଦୁ୍ୟତ ସରବରାହ ସଂପର୍କିତ ପାଠ୍ୟକ୍ରମ ପ୍ରଚଳନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ୍‌ ଏକ୍ସଲେନ୍ସି) ପ୍ରତିଷ୍ଠା ପାଇଁ ଚେନ୍ନାଇର ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଓ ଲାର୍ସନ ଆଣ୍ଡ ଟର୍ବୋ ପକ୍ଷରୁ ମାନବସମ୍ବଳ ପରିଚାଳନା ମୁଖ୍ୟ ପନ୍ମନାଭନ୍‌ ଏସ୍‌.ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଏହି ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟରେ ସର୍ବଶେଷ ଡ୍ରୋନ୍‌ ଟେକ୍‌ନୋଲୋଜିର ବ୍ୟବହାର କରାଯିବ। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି., ଲାର୍ସନ ଆଣ୍ଡ ଟର୍ବୋର ଜେନେରାଲ୍‌ ମ୍ୟାନେଜର ଆଣ୍ଡ ଟ୍ରାନ୍ସମିଶନ ଲାଇନ୍‌ ପି.ରାଜେଶ ନରାୟଣ ଓ ଡେପୁିଟି ଜେନେରାଲ ମ୍ୟାନେଜର, ପ୍ରୋଜେକଫ ଡେଭଲପ୍‌ମେଣ୍ଟ ସୁମିତ ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ଥିଲେ।

 

- Advertisement -

ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୪.୯ କୋଟି ଟଙ୍କା ହୋଇଥିବାବେଳେ ଏହି ଖର୍ଚ୍ଚ ଓଡ଼ିଶା ଖଣି ନିଗମ ବହନ କରିବ। ହିଞ୍ଜିଳିକାଟୁ ଆଇଟିଆଇରେ ଏଭଳି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ମୁଖ୍ୟ ଉଦେଶ୍ୟ ହେଉଛି, ଏହା ଦ୍ୱାରା ଶିକ୍ଷାର୍ଥୀ ଓ ତାଲିମ ଗ୍ରହଣକାରୀ ଉଭୟ ୪୦୦ କେଭି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟାୱାର ପ୍ରତିଷ୍ଠା ଓ ବିଦ୍ୟୁତ ସରବରାହର ରକ୍ଷଣାବେକ୍ଷଣ ତଥା ପରିଚାଳନାଗତ ବୈଷୟିକ ଜ୍ଞାନ ସର୍ବଶେଷ ଡ୍ରୋନ୍‌ ଟେକ୍‌ନୋଲୋଜି ମାଧ୍ୟମରେ କିଭଳି ସଂପନ୍ନ ହେଉଛି ସେ ସମ୍ପର୍କରେ ଅଧିକତର ଜ୍ଞାନ ହାସଲ କରିପାରିବେ, ଯାହାକି ବର୍ତ୍ତମାନର ଶିଳ୍ପ ପାଇଁ ବହୁମାତ୍ରାରେ ଆବଶ୍ୟକ ପଡୁଛି। ଏହାଦ୍ୱାରା ଦକ୍ଷ ଓ କୁଶଳୀ ମାନବସମ୍ବଳର ବିକାଶ ସହ ବିଦ୍ୟୁତ ସରବରାହ କ୍ଷେତ୍ରରେ ଆବଶ୍ୟକ ମାନବସମ୍ବଳର ଚାହିଦା ପୂରଣ ହୋଇପାରିବ। ଅନ୍ୟପକ୍ଷରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା କୋଭିଡ୍‌ ମହାମାରୀ ପ୍ରଭାବରେ ଗଞ୍ଜାମ ଫେରନ୍ତା ଅଣକୁଶଳୀ ଶ୍ରମଶକ୍ତିଙ୍କ ପୁନଃ ତାଲିମ ଦ୍ୱାରା କୁଶଳୀ ଶ୍ରମଶକ୍ତିରେ ପରିଣତ କରିବା ସହ ଆଇଟିଆଇରୁ ଉତ୍ତୀର୍ଣ୍ଣ ତାଲିମ ଗ୍ରହୀତାଙ୍କୁ ଦକ୍ଷ ମାନବସମ୍ବଳରେ ପରିଣତ କରାଯାଇପାରିବ। ହିଞ୍ଜିକାଟୁ ହୋଇ ଯାଇଥିବା ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେସନ୍‌ ଲିଃର ୧୩୨ କେଭି ଲାଇନ୍‌ରେ ଏହି ତାଲିମ ଦିଆଯିବା ସହଜ ହେବ। ଫଳରେ ଭବିଷ୍ୟତରେ ସେମାନେ ୪୦୦ କେଭି ଭଳି ଉଚ୍ଚ ବିଦୁ୍ୟତ କ୍ଷମତାସଂପନ୍ନ ସରବରାହରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିପାରିବେ। ଏହି ତାଲିମ କାର୍ଯ୍ୟରେ ଡ୍ରୋନ୍‌ ସହ ଥର୍ମାଲ କ୍ୟାମେରା ଟେକ୍‌ନୋଲୋଜିର ବ୍ୟବହାର ଦ୍ୱାରା ଟ୍ରାନ୍ସମିଶନ ଲାଇନ୍‌ର ରକ୍ଷଣାବେକ୍ଷଣ ଓ ସରବରାହ ମାଧ୍ୟମରେ ହଟ୍‌ସ୍ପଟ୍‌ଗୁଡ଼ିକ ଚିହ୍ନଟ କରିବାରେ ସହାୟକ ହୋଇପାରିବ। ଏହାଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକ ଏହି ଉତ୍କର୍ଷ କେନ୍ଦ୍ରରୁ ଆବଶ୍ୟକ ଦକ୍ଷ, କୁଶଳୀ ମାନବସମ୍ବଳ ପାଇବା ସମ୍ଭବ ହୋଇପାରିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories