www.samajalive.in
Friday, December 12, 2025
15.1 C
Bhubaneswar

ବିବେକାନନ୍ଦ ଇଞ୍ଜିନ୍‍ ଅଏଲ୍‍ ଆକ୍ରମଣର ଶିକାର ହୋଇଥାନ୍ତେ: ଥରୁର

ନୂଆଦିଲ୍ଲୀ: ଯଦି ଆଜିର ଦିନରେ ସ୍ୱାମୀ ବିବେକାନନ୍ଦ ଭାରତରେ ବଞ୍ଚିଥାନ୍ତେ ତେବେ ତାଙ୍କ ଉପରକୁ ଗୁଣ୍ଡାମାନେ ଇଞ୍ଜିନ ଅଏଲ୍‍ ଫୋଫାଡ଼ିଥାନ୍ତେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର।
ନିକଟ ଅତୀତରେ କେତେକ ଉଚ୍ଛୃଙ୍ଖଳ ଯୁବକଙ୍କ ଦ୍ୱାରା ଝାଡ଼ଖଣ୍ଡରେ ଆକ୍ରମଣ ଶିକାର ହୋଇଥିବା ସ୍ୱାମୀ ଅଗ୍ନିବେଶଙ୍କ ଉପସ୍ଥିତିରେ ଥରୁର କହିଛନ୍ତି ଯେ ଏବେ ଭାରତରେ ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ଯିଏ ବି ଉଦାର ଓ ମାନବିକତାର ବାର୍ତ୍ତା ଦେଉଛନ୍ତି ସେମାନେ ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି। ବିବେକାନନ୍ଦ ମାନବିକତାର ଉଦ୍‍ଘୋଷଣା କରିଥିବାରୁ ଗୁଣ୍ଡାମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥାନ୍ତା। ବିବେକାନନ୍ଦ ଉଦ୍‍ବୋଧନ ଦେଉଥିବା ବେଳେ ଗୁଣ୍ଡାମାନେ ତାଙ୍କ ଉପରକୁ ଇଞ୍ଜିନ ଅଏଲ୍‍ ଫୋଫାଡ଼ିବାରେ ଆଦୌ ସଙ୍କୋଚ କରି ନଥାନ୍ତେ।
ବିଜେପିକୁ ସିଧାସଳଖ ଟାର୍ଗେଟ୍‍ କରି ଥରୁର କହିଛନ୍ତି ଯେ ଯେବେଠାରୁ ବିଜେପି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଛି ସେବେଠାରୁ ଦେଶରେ ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ୨୧ଟି ରାଜ୍ୟରେ ବିଜେପି କ୍ଷମତା ଦଖଲ କରିବା ପରେ ଗୋ ରକ୍ଷା ନାମରେ ହିଂସା ବଢ଼ିବାରେ ଲାଗିଛି। ସ୍ୱାଧୀନତା ପରଠାରୁ ଦେଶରେ ମୋଟ୍‍ ୭୦ଟି ଗୋରକ୍ଷା ଜନିତ ହିଂସା ଘଟିଥିବା ବେଳେ ସେଥିମଧ୍ୟରୁ ଗତ ୪ ବର୍ଷ ମଧ୍ୟରେ ୬୮ଟି ହିଂସା ଘଟିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ନୀରବ ରହିଛନ୍ତି। ଏହାପୂର୍ବରୁ ମଧ୍ୟ ଥରୁର ଗତ ମାସରେ ବିଜେପି ବିରୋଧରେ କହିଥିଲେ। କେନ୍ଦ୍ରରେ ବିଜେପି ପୁଣି ଥରେ ଶାସନ କ୍ଷମତାକୁ ଆସିଲେ ହିନ୍ଦୁ-ପାକିସ୍ତାନ ସୃଷ୍ଟି ହେବ ବୋଲି ଥରୁର କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories