www.samajalive.in
Saturday, December 13, 2025
14.1 C
Bhubaneswar

ଜାଣନ୍ତୁ, ଦୁଃସ୍ୱପ୍ନ ଦେଖିବାର କାରଣ

ରାତିରେ ଶୋଇବା ବେଳେ ଆମେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଭଲ ହୋଇଥାଏ ତ କିଛି ଖରାପ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ସ୍ୱପ୍ନର ସମ୍ପର୍କ ଆମ ଜନ୍ମ କୁଣ୍ଡଳୀରେ ଥିବା ଖରାପ ସମୟକୁ ସୂଚାଇ ଥାଏ। ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦଶା ଖରାପ ଥିଲେ ଏପରି ସ୍ୱପ୍ନ ଆସିଥାଏ। କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦଶା ଖରାପ ଥିଲେ ବ୍ୟକ୍ତି ବାରମ୍ବାର ବିଚିତ୍ର ସ୍ୱପ୍ନ ଦେଖିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ମହାଦଶା ଖରାପ ଥିଲେ ଏହାକୁ ଭଲ କରିବା ପାଇଁ ଅନେକ ଉପାୟ ରହିଛି। ସୂର୍ଯ୍ୟଙ୍କୁ ପ୍ରାତଃ ସମୟରେ ଜଳ ଅର୍ପଣ ଓ ସୂର୍ଯ୍ୟ ମନ୍ତ୍ର ଜପ କରିବା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦଶା ମଜଭୂତ ହୋଇଥାଏ। ପ୍ରତ୍ୟେକ ରବିବାର ଦିନ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଆବଶ୍ୟକ ଅଟେ। ଏହାଦ୍ୱାରା ଜନ୍ମ କୁଣ୍ଡଳୀରେ ସମସ୍ତ ଗ୍ରହ ଶାନ୍ତ ରହିବା ସହ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।ସୂର୍ଯ୍ୟଙ୍କ ବ୍ୟତୀତ କୁଣ୍ଡଳୀରେ ବୁଧ ଗ୍ରହ ଦଶା ଖରାପ ଥିଲେ ମଧ୍ୟ ଦୁଃସ୍ୱପ୍ନ ଆସିଥାଏ। ବୁଧ ଗ୍ରହ ଦଶା ଖରାପ ହେବା ଦ୍ୱାରା ଅନେକ କାର୍ଯ୍ୟରେ ବାଧା ହେବା ସହ ଚାକିରୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। ବୁଧ ଗ୍ରହର ପ୍ରଭାବରେ ଦୁର୍ଘଟଣା ଘଟିବା ପରି ସ୍ୱପ୍ନ ଆସିଥାଏ। ମଙ୍ଗଳ ଗ୍ରହ ଦଶା ଥିଲେ ବ୍ୟକ୍ତିର ମୃତ୍ୟୁ ଓ ଅନେକ ଅଘଟଣ ସୃଷ୍ଟି ହେବାର ସ୍ୱପ୍ନ ଆସିଥାଏ। ଅନେକ ଭୟାନକ ସ୍ୱପ୍ନ ଆସିଥାଏ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories