www.samajalive.in
Friday, December 12, 2025
15.1 C
Bhubaneswar

ନବନିଯୁକ୍ତଙ୍କୁ ଥ୍ରୀ ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‍ କର୍ପୋରେସନ୍‍ ଲିମିଟେଡ୍‍(ଓପିଟିସିଏଲ୍‍)ରେ ନବନିଯୁକ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଥ୍ରୀ ଟି (ଦଳଗତ ଉଦ୍ୟମ, ସ୍ୱଚ୍ଛତା ଓ ବୈଷୟିକ ଜ୍ଞାନ) ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ଜୟଦେବ ଭବନରେ ଅନୁଷ୍ଠିତ ଓପିଟିସିଏଲ୍‍ର ନବନିଯୁକ୍ତ କର୍ମଚାରୀଙ୍କ ଆନୁଷ୍ଠାନିକ କାର୍ଯ୍ୟାରମ୍ଭ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ମନ୍ତ୍ର ଦେଇଛନ୍ତି।
ଉତ୍ସବରେ ସମ୍ମାନିତ ଅତିଥି ରୂପେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶକ୍ତି କ୍ଷେତ୍ର ଯଥେଷ୍ଟ ଉନ୍ନତ ବୋଲି କହିଥିଲେ। ନବନିଯୁକ୍ତ କର୍ମଚାରୀମାନେ ଏଥିପାଇଁ ନିଜକୁ ଗର୍ବିତ ମନେ କରି ସେମାନଙ୍କ ଦକ୍ଷତା ଓ ଉଦ୍ୟମରେ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆହୁରି ସମୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ ଶକ୍ତି କ୍ଷେତ୍ରକୁ ଆବଶ୍ୟକ ସମୟରେ ଆର୍ଥିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦେଇଥିବାରୁ ମନ୍ତ୍ରୀ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
ରାଜ୍ୟ ଶକ୍ତି ସଚିବ ତଥା ଓପିଟିସିଏଲ୍‍ର ମୁଖ୍ୟ ପରିଚାଳନା ନିର୍ଦେଶକ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେବା ସହିତ ଓପିଟିସିଏଲ୍‍ର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ଓପିଟିସିଏଲ୍‍ର ନିର୍ଦେଶକ(ମାନବ ସମ୍ବଳ) ରାଜେନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
୨୦୧୦ରୁ ଚାରୋଟି ପର୍ଯ୍ୟାୟରେ ଓପିଟିସିଏଲ୍‍ ସ୍ୱଚ୍ଛ ପ୍ରତିଯୋଗିତା ଜରିଆରେ ୧୬୬୨ ଜଣ ଦକ୍ଷ ଓ ଉନ୍ନତ ଜ୍ଞାନସମ୍ପନ୍ନ କର୍ମଚାରୀଙ୍କୁ ନିଯୁକ୍ତ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ଚାରୋଟି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଶକ୍ତି କ୍ଷେତ୍ରରେ ଥିବା ମାନବ ସମ୍ବଳ ଅଭାବ ସମସ୍ୟା ଏହାଦ୍ୱାରା ବହୁ ମାତ୍ରାରେ ପୂରଣ ହୋଇପାରିଛି ବୋଲି ଓପିଟିସିଏଲ୍‍ ପକ୍ଷରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories