www.samajalive.in
Friday, December 12, 2025
15.1 C
Bhubaneswar

ଆସାମର ମାଡ଼ ଦେଖି ମେଘାଳୟ ଚୋପା

ନୂଆଦିଲ୍ଲୀ: କଥାରେ ଅଛି “ବିରି ମାଡ଼ ଦେଖି କୋଳଥ ଚୋପା’। ଅନୁରୂପ ଘଟଣା ଦୃଶ୍ୟମାନ ହୋଇଛି ମେଘାଳୟରେ। ଆସାମରେ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ(ଏନଆରସି)ର ଚିଠା ତାଲିକାରେ ୪୦ଲକ୍ଷ ବେଆଇନ ନାଗରିକ ଚିହ୍ନଟ ହେବା ପରେ ମେଘାଳୟ ପରି ରାଜ୍ୟ ମଧ୍ୟ ଏଭଳି ବେଆଇନ ନାଗରିକଙ୍କୁ ନେଇ ଚିନ୍ତିତ ହୋଇ ପଡ଼ିଛି। ଫଳରେ ମେଘାଳୟ ସୀମାନ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସାମରୁ ମେଘାଳୟ ମଧ୍ୟରେ ପ୍ରବେଶ କରୁଥିବା ସମସ୍ତ ପ୍ରବେଶ ପଥରେ ପୁଲିସ ପକ୍ଷରୁ ୭ଟି ପର୍ଯ୍ୟାୟରେ ଚେକ ପଏଣ୍ଟ ନିର୍ମାଣ କରାଯାଇଛି। ଆସାମରେ ଅବୈଧ ଘୋଷିତ ବ୍ୟକ୍ତିମାନେ କାଳେ ମେଘାଳୟରେ ପ୍ରବେଶ କରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଅଞ୍ଚଳର ଏସପି ଦେବାଂଶୁ ସାଙ୍ଗମା ଏ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟତଃ ଆସାମରୁ ମେଘାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମେଘାଳୟକୁ ପ୍ରବେଶର କାରଣ ଓ ସେମାନଙ୍କ ପରିଚୟ ପତ୍ରର ଯାଞ୍ଚ ଆରମ୍ଭ କରାଯାଇଛି। ଏହି ଘଟଣାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଏନଆରସି ଦ୍ୱାରା ତାଲିକା ପ୍ରକାଶିତ ହେବା ପରେ କିଛି ସଂଗଠନ ପକ୍ଷରୁ ଆସାମରୁ ମେଘାଳୟକୁ ଆସିଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ଓ ଅପମାନିତ କରିବା ପରି ଘଟଣା ଦୃଶ୍ୟମାନ ହୋଇଥିଲା। ଷ୍ଟୁଡେଣ୍ଟ ୟୁନିୟନ ଦ୍ୱାରା ଆସାମ-ମେଘାଳୟ ସୀମାନ୍ତରେ ସ୍ୱତନ୍ତ୍ର ଚେକ ପୋଷ୍ଟ ନିର୍ମାଣ କରାଯିବା ସହ ଆସାମ ନାଗରିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବାର ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଆସାମରେ ଥିବା ୨୫୦୦ଟି ଏନଆରସି କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ ତାଲିକା ନବୀକରଣ ପ୍ରକ୍ରିୟା ସମୟରେ ଏହି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories