www.samajalive.in
Sunday, December 14, 2025
23.1 C
Bhubaneswar

ଚାଷୀ ପ୍ରସଙ୍ଗରେ ବିଜେପିର ନୂଆ ରଣନୀତି: ଶୁକ୍ରବାର ୯ ଜିଲାରେ ବିକ୍ଷୋଭ

ସମ୍ବଲପୁର:- ଶୃଙ୍ଖଳିତ ଭାବରେ ଧାନ ବିକ୍ରି, ଏକର ପିଛା ଧାନ କିଣା ବୃଦ୍ଧି ଦାବିରେ ବିଜେପି ଆସନ୍ତା ୨୯ ତାରିଖରେ ୩୭ ବିଧାନସଭା ଆସନର ଜିଲାପାଳ ଓ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ସରକାର ଦାବି ପୂରଣ ନକଲେ ପରେ ରାସ୍ତ​‌େ​‌ ଅବରୋଧ କରାଯିବ ବୋଲି ଆଜି ଅନୁଷ୍ଠିତ ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଖରିଫ ଧାନ ସଂଗ୍ରହରେ ଗୁରୁତର ଅବ୍ୟବସ୍ଥାକୁ ନେଇ ଆଜି ଦଳ ପକ୍ଷରୁ ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁସୁମ ଟେଟେ ଓ ସମ୍ବଲପୁର ଜିଲା ସଭାପତି ଗିରୀଶ ପଟେଲଙ୍କ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ଜିଲା ସଭାପତି ଓ ପଦାଧିକାରୀ ଉପସ୍ଥିତ ଥିଲେ। ଗତ ୨୧ ତାରିଖରେ ଆରଡିସି ଅଫିସ ଘେରାଉ କରି ଟାଉନ ଥାନାରେ ଧାରଣା ଦିଆଯାଇଥିଲା। ସରକାରଙ୍କୁ ୭୨ ଘଣ୍ଟା ମହଲତ ଦିଆଯାଇଥିଲା। କିନ୍ତୁ ସରକାର ୭୨ ଘଣ୍ଟା ଭିତରେ ଦାବି ପୂରଣ କରିନାହାନ୍ତି। ଚଳିତ ବର୍ଷ ଓଡ଼ିଶାରେ ୧ ଲକ୍ଷ ମେଟ୍ରିକ ଟନ ‌ଧାନ ସଂଗ୍ରହ କରିବାକୁ କେନ୍ଦ୍ର କହିଥିବା ବେଳେ ରାଜ୍ୟ ସରକାର ତାକୁ ୭୦ କ୍ବିଣ୍ଟାଲରେ ସୀମିତ ରଖିଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଦେଇଥିଲା ବେଳେ ରାଜ୍ୟ ସରକାର ତାହା ଚାଷୀଙ୍କୁ ଦେଉନାହାନ୍ତି। ପଶ୍ଚିମ ଓଡ଼ିଶାରେ ଅଧିକ ମାତ୍ରାରେ ଧାନ ଉତ୍ପାଦନ ହୋଇଥିଲା ବେଳେ ସେଚିତ ଓ ଅଣସେଚିତ ଅଞ୍ଚଳରେ ଏକର ପିଛା ୧୯ ଓ ୧୩ କ୍ବିଣ୍ଟାଲ ଧାନ କିଣା ଅଯୌକ୍ତିକ। ଏହାକୁ ବୃଦ୍ଧି କରି ଟୋକନ ତ୍ରୁୂଟି ସଂଶୋଧନ କରାଯାଉ ବୋଲି ବିଜେପି ଦାବି କରିଛି। ନଭେମ୍ବର ୧୨ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଯୋଗୁଁ ଏହି ପ୍ରକ୍ରିୟାରେ ଚାଷୀ ପେଷି ହେଉଛନ୍ତି। ଖରିଫ ଧାନ କିଣାବିକାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ଦୂର କରି ଚାଷୀଙ୍କ ଧାନ କିଣା ନ ହେଲେ ୨୯ ତାରିଖରେ ପଶ୍ଚିମ ଓଡ଼ିଶାର ୫ ଯାକ ଲୋକସଭା ଆସନର ୩୫ଟି ବିଧାନସଭା ଆସନ ଓ କନ୍ଧମାଳ ଲୋକସଭା ଆସନର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରର ଜିଲାପାଳ ଓ ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ​‌େ​‌ବାଲି ଦଳ କହିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories