www.samajalive.in
Saturday, December 13, 2025
18.1 C
Bhubaneswar

ଲେମ୍ବୁ ଟ୍ରକରେ ଗଞ୍ଜେଇ ଚାଲାଣ

ସମ୍ବଲପୁର: ରାଜ୍ୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମ୍ବଲପୁରରେ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ଚଢ଼ଉ କରି ୬୩୭ କିଲୋ ଗଞ୍ଜେଇ ଜବତ କରିଛି।

ପ୍ରାପ୍ତ ସୂଚନାନୁ‌ଯାୟୀ, ସମ୍ବଲପୁର ଦେଇ ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବାରୁ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସୁରକ୍ଷା ସଂସ୍ଥା ତୀକ୍ଷଣ ନଜର ରଖିଛନ୍ତି। କୋରାପୁଟରୁ ବିହାରକୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏନସିବି ଭୁବନେଶ୍ୱର ଶାଖାର ଅଧୀକ୍ଷକ ସୁଜିତ ସେନଙ୍କ ନେତୃତ୍ୱରେ ୮ ଜଣ ସଦସ୍ୟ ଦୁଇଟି ଦଳରେ ଭାଗ ଭାଗ ହୋଇ ସମ୍ବଲପୁର ଉପକଣ୍ଠସ୍ଥ ମାନେଶ୍ୱରରେ ଛକିଥିଲେ। ସୋମବାର ଭୋର ସମୟରେ ଏକ ଲେମ୍ବୁ ବୋଝେଇ ଟ୍ରକ ଅଚାନକ ଚେକିଂ ପଏଣ୍ଟ ଉଲ୍ଲଂଘନ କରି ସମ୍ବଲପୁର ପଟକୁ ଫେରାର ହେବାରୁ ଏନସିବି ଦଳ ତାକୁ ପିଛା କରି ଅଇଁଠାପାଲି ଛକ ନିକଟରେ ଧରିଥିଲେ। ଟ୍ରକ (ସିଜି-୦୮-ଏଲ-୨୫୨୭) ଯାଞ୍ଚ କଲା ବେଳେ ଏଥିରେ ଲେମ୍ବୁ ବୋଝେଇ ହୋଇଥିଲା। କିନ୍ତୁ ତା’ ଭିତରେ ୬ କ୍ବିଣ୍ଟାଲ ୩୭ କିଲୋ ଗଞ୍ଜେଇ ଭର୍ତ୍ତି ପ୍ୟାକେଟ ଲୁଚାଇ ରଖାଯାଇଥିଲା। ଏନସିବି ଦଳ ଏହି ଘଟଣାରେ ଝାରଖଣ୍ଡର ନୌଶାଦ ଆଲମ ଓ ପିଙ୍କୁ ସୌଦାରକୁ ଗିରଫ କରିଥିବା ଶ୍ରୀ ସେନ କହିଛନ୍ତି। ଗଞ୍ଜେଇ ଓ ଟ୍ରକକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଛି। ଗତ ଡିସେମ୍ବର ମାସ ୨୬ ତାରିଖରେ ବୁର୍ଲା ନିକଟସ୍ଥ ଏକ ଢାବା ନିକଟରୁ ଏନସିବି ଟିମ କ୍ବିଣ୍ଟାଲ ୭୭ କିଲୋ ଗଞ୍ଜେଇ, ଏକ ଟ୍ରକ ଓ କାର ଜବତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories