www.samajalive.in
Sunday, December 14, 2025
16.1 C
Bhubaneswar

‘ଧାନ ତାତି’ : ସରକାରଙ୍କୁ ଅଡ଼ୁଆ କଳିକେଶଙ୍କ ଚିଠି

ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ସରକାର: କଂଗ୍ରେସ

ଆନ୍ଦୋଳନକୁ ତୀବ୍ର କରାଯିବାକୁ ବିଜେପିର ଧମକ

ଭୁବନେଶ୍ବର:  ଥମୁ ନାହିଁ ଧାନ ତାତି । କଟନି-ଛଟନି, ଟୋକନକୁ ନେଇ ସବୁଠି ଚାଷୀ ଅସନ୍ତୋଷ । ଆଉ ଏହି ଅସନ୍ତୋଷକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ବିଜେପି ପଶ୍ଚିମ ଓଡ଼ିଶାରେ ଚାଷୀ ସମାବେଶ ସହ ଆରଡ଼ିସି ଅଫିସ ଘେରାଉ କରି ସରକାରଙ୍କୁ ୭୨ ଘଣ୍ଟିଆ ମହଲତ ଦେଇଛି । ଏହି ମହଲତ ଅବଧି ଆସନ୍ତା କାଲି ସରିବ । ଏହି ସ୍ଥିତିରେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବିଜେଡ଼ି ନେତା କଳିକେଶ ସିଂହଦେଓ ଧାନ କ୍ରୟ ନିମନ୍ତେ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଲାଗି ରାଜ୍ୟ ଯୋଗାଣମନ୍ତ୍ରୀଙ୍କୁ ଚିଠି ଲେଖିବା ରାଜନୀତିକୁ ଆହୁରି ଜୋରଦାର କରିଛି । ବିଜେଡ଼ି ମୁଖପାତ୍ରମାନେ ରାଜ୍ୟରେ ଧାନ କ୍ରୟରେ କୌଣସି ଅନିୟମିତା ହୋଇନାହିଁ ଓ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ଦୃଷ୍ଟି ଏଡ଼ାଇବା ପାଇଁ ନାଟକ କରୁଛି ବୋଲି କହି ଆସୁଛନ୍ତି । ଏପରିକି ଦଲାଲଙ୍କ ପାଇଁ ବିଜେପି ଓକିଲାତି କରୁଛି ବୋଲି ଦୁଇଦିନ ତଳେ ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିବାବେଳେ କଳିକେଶଙ୍କ ଚିଠିକୁ ଆୟୁଧ କରି କଂଗ୍ରେସ ଓ ବିଜେପି ସରକାରଙ୍କୁ ନିଶାଣ କରିଛନ୍ତି ।

- Advertisement -

କଳିକେଶ କହିଥିଲେ ଯେ ବିଭିନ୍ନ ମଣ୍ଡିରେ ଧାନ ପଡ଼ି ରହିଛି । ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ସତ୍ବେ ଅନେକ ଚାଷୀ ଏଯାଏ ଧାନ ବିକ୍ରି କରି ପାରି ନାହାନ୍ତି । ଚଳିତ ବର୍ଷ ଭଲ ଫସଲ ହୋଇଛି, ୩୦ ଲକ୍ଷ ଟନ୍ ଧାନ କ୍ରୟ ସରିଛି । ତଥାପି ଆହୁରି ୨୬ ଲକ୍ଷ ଟନ୍ ଧାନ ମଣ୍ଡିରେ ପଡ଼ି ରହିଛି । ତେଣୁ ଧାନ କ୍ରୟ ଲକ୍ଷ୍ୟ ଆହୁରି ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ଯୋଗାଣମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

କଳିକେଶଙ୍କ ଏହି ଚିଠି ପଦାକୁ ଆସିବା ପରେ ତାକୁ ଗଣ୍ଠି କରିଛି କଂଗ୍ରେସ । ବିଭିନ୍ନ ମଣ୍ଡିରେ କଟନୀ ଛଟନୀ ଚାଲିଛି। କେଉଁଠି ଟୋକନ୍ ଥିଲେ ଧାନ କିଣାଯାଇନି ତ କେଉଁଠି ଏବେବି ଚାଷୀଙ୍କ ପାଖରେ ଟୋକନ୍ ପହଞ୍ଚିନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଛନ୍ତି ଯେ ରାଜ୍ୟରେ ଧାନ କିଣାରେ ଅନିୟମିତତା ହେବା ଓ ମଣ୍ଡିରେ ଧାନ ଗଦା ହୋଇ ରହିବା ସତ୍ବେ ସରକାର ଚୁପ୍ ରହିଛନ୍ତି । ଧାନ କିଣାରେ ଦୁର୍ନୀତି ହେଉଛି, ଏହି ଅନିୟମିତତାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିଛି ।  ସରକାର କହୁଛନ୍ତି ସବୁ ଧାନ କିଣିବୁ, କିନ୍ତୁ ତାହା ହେଉନାହିଁ । ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ମିଥ୍ୟାର ଆଶ୍ରୟ ନେଉଛନ୍ତି ବୋଲି କହିଛନ୍ତି ନରସିଂହ ।

ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି । ସେ କହିଛନ୍ତି ଯେ ଧାନ କିଣାରେ କଟନିଛଟନି, ଟୋକନକୁ ନେଇ ଚାଷୀ ହତାଶ ହୋଇଛି । ଚାଷୀଙ୍କ ସ୍ବାର୍ଥ ଲାଗି ବିଜେପି ଆନ୍ଦୋଳନ ଚଳାଇଛି । ଆରଡ଼ିସି ଅଫିସ ଘେରାଉ ପରେ ଏହାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା । ଆସନ୍ତା କାଲି ୭୨ ଘଣ୍ଟା ମହଲତ ସରିବ । ଏହା ସତ୍ବେ ଯଦି ଚାଷୀଙ୍କ ସମସ୍ୟା ସମାଧାନ ନ ହୁଏ ବା ମଣ୍ଡିରେ ପଡ଼ିଥିବା ଧାନ ସବୁ କିଣିବାରେ କୌଣସି ଟାଳଟୁଳ କରାଯାଏ ତେବେ ବିଜେପି ପୁଣି ଥରେ ଆନ୍ଦୋଳନକୁ ଫେରିବ ଓ ଏଥର ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories