www.samajalive.in
Sunday, December 14, 2025
16.1 C
Bhubaneswar

ଅଚଳାବସ୍ଥା ଜାରି ; ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁ ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଫଳରେ ମଙ୍ଗଳବାର ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଆଜିକୁ ମିଶାଇ କ୍ରମାଗତ ଷଷ୍ଠ ଦିନ ପାଇଁ ଗୃହରେ ଅଚଳାବସ୍ଥା ଲାଗି ରହିଛି।
ବିଭିନ୍ନ ପ୍ରସଙ୍ଗକୁ ନେଇ ଟିଡିପି, ୱାଇଏସ୍‌ଆର୍‌ କଂଗ୍ରେସ, କଂଗ୍ରେସ, ଟିଏମ୍‌ସି ଓ ଅନ୍ୟ ଦଳର କ୍ରମାଗତ ବିକ୍ଷୋଭ ଯୋଗୁଁ ସୋମବାର ସଂସଦର ଉଭୟ ସଦନକୁ ମୁଲତବୀ ଘୋଷଣା କରାଯାଇଛି। ଲୋକସଭାକୁ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ଓ ପରେ ଦିନକ ପାଇଁ ଏବଂ ରାଜ୍ୟସଭାକୁ ପଥମେ ଦିନ ୨ଟା ପର୍ଯ୍ୟନ୍ତ ଏବଂ ପରେ ଦିନକ ପାଇଁ ମୁଲତବୀ ରଖାଯାଇଛି। କ୍ରଗାତମ ଦୁଇ ସପ୍ତାହ ହେବ ଉଭୟ ଗୃହରେ ବିରୋଧିମାନେ ଏଭଳି ହଟ୍ଟଗୋଳ ଚଳାଇଛନ୍ତି। ସୋମବାର ଲୋକସଭା ଆରମ୍ଭ ହେବାମାତ୍ରେ ଟିଡିପି, ୱାଇଏସ୍‌ଆର୍‌ କଂଗ୍ରେସର ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଧାରଣାରେ ବସିଥିଲେ। ସେହିଭଳି ତେଲଙ୍ଗାନାରେ ଚାକିରି କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି ପ୍ରସଙ୍ଗ ନେଇ ଟିଆର୍‌ଏସ୍‌ ସାଂସଦମାନେ ଦାବି କରିଥିବାବେଳେ ଏଆଇଏଡିଏମ୍‌କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଏହି ସମୟରେ କଂଗ୍ରେସ, ଟିଏମସ, ବାମଦଳ ସମେତ ଅନ୍ୟାନ ଦଳଗୁଡ଼ିକ ବ୍ୟାଙ୍କ୍‌ ଦୁର୍ନୀତି ପ୍ରସଙ୍ଗ ନେଇ ସ୍ଲୋଗାନ୍‌ମାନ ଦେଇଥିଲେ।
ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଟିଡିପି, ୱାଇଏସ୍‌ଆର୍‌ କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନପାଇଁ ଦାବି କରିଥିବାବେଳେ ଏଆଇଏଡିଏମ୍‌କେ ଓ ଡିଏମ୍‌କେ ସଭ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନପାଇଁ ଦାବି କରିଥିଲେ। ଅନ୍ୟପକ୍ଷରେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ସିଲିଂ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories