www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ଆରସିଏମ୍‍ସିର ଦୋକାନ ଗୃହ

ନବରଙ୍ଗପୁର :  ନବରଙ୍ଗପୁର ସହରର ଗାନ୍ଧିଛକ ନିକଟରେ ମୁଖ୍ୟରାସ୍ତାରେ ରାଜ୍ୟସରକାରଙ୍କର ସମବାୟ ବିଭାଗ ଅଧିନରେ ଥିବା ଆରସିଏମସିର ୮ଟି ଦୋକାନ ଗୃହ ରହିଥିଲା। ଏଠାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ୮ଟି ବ୍ୟବସାୟୀ ଲିଜ୍‍ ନେଇ ଦୋକାନ କରି ବିଭିନ୍ନ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ତେବେ ଏହି ଦୋକାନଗୃହ ପୁରୁଣା ଓ ଭଙ୍ଗାଦଦରା ଅବସ୍ଥାରେ ରହିଥିବାରୁ ଆରସିଏମସିର ରିଜୋଲୁସନ ପ୍ରକାରେ ତାକୁ ଭଙ୍ଗାଯାଇଥିଲା। ତେବେ ପୁରୁଣା ୮ଜଣ ବ୍ୟବସାୟୀଙ୍କୁ ପୁନର୍ବାର ଏଠାରେ ନବନିର୍ମିତ କୋଠା ଘର ନିର୍ମାଣ କରିବା ପରେ ଥଇଥାନ କରାଯିବାକୁ ପ୍ରତିଶୃତି ଦିଆଯାଇ ପତ୍ୟେକ ବ୍ୟବସାୟୀଙ୍କର ଠାରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅଗ୍ରୀମ ନିଆଯାଇଛି। ଏହାର ଚୁକ୍ତିନାମା ମଧ୍ୟ କରାଯାଇଛି। ତେବେ ନିର୍ମାଣ ଆରମ୍ଭର ଦୁଇ ବର୍ଷ ବତିଯାଇଥିଲେ ମଧ୍ୟ ଏହି କୋଠା ସଂପୂର୍ଣ୍ଣ ହୋଇ ପାରିନାହିଁ । ଫଳରେ ଦୀର୍ଘ ଏକ ବର୍ଷ ହେବ ଆଉ କାମ ମଧ୍ୟ ଆରମ୍ଭ ହେଉନଥିବା ଅଭିଯୋଗ ହୋଇଛି। ତଳ କୋଠାର ସ୍ଲାପ ପଡିବା ସହ ଉପର ମହଲା ମଧ୍ୟ ନିର୍ମାଣ କରାଯାଇଥିବାବେଳେ ଏହା ଦୀର୍ଘମାସ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବାବେଳେ ଆବଶ୍ୟକ ପାଣ୍ଠି ନ ଥିବା ଦର୍ଶାଇ କାମ ବନ୍ଦ କରି ଦିଆଯାଇଛି।  ଗୃହନିର୍ମାଣ କରମା ବନ୍ଦ କରିଦିଆଯାଇଥିବାରୁ ଏହା ବ୍ୟବସାୟୀଙ୍କର ମଧ୍ୟରେ ଭାଲେଣି ପଡି ଯାଇଛିା କେତେକ ଗରୀବ ବ୍ୟବସାୟୀ ଦୋକାନ ବନ୍ଦ ହେବା ପରଠାରୁ କାମଧନ୍ଦା ନପାଇ ବହୁ କଷ୍ଟରେ ପରିବାର ଚାଳଉଥିବାବେଳେ ଅନ୍ୟ କେତେକ ବ୍ୟବସାୟୀ ଅନ୍ୟଅଞ୍ଚଳରେ ଛୋଟ ଅସ୍ଥାୟୀ ଦୋକାନ କରି କଷ୍ଟେମଷ୍ଟେ ଚଳୁଥିବା ପ୍ରକାଶ କରିଛନ୍ତି। ତେବେ ଦୁଇବର୍ଷ ହେଲା ଏକଲକ୍ଷ ଟଙ୍କା ଦେଇଥିବା ବ୍ୟବସାୟୀ ମାନେ ଚୁକ୍ତିମାନା ପ୍ରକାରେ ଘର ନିର୍ମାଣ କରି ହସ୍ତାନ୍ତର କରାଯାଉ ନ ଥିବାନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ନିର୍ମାଣ ପାଇଁ ପାଣ୍ଠିନଥିବାରୁ କାମ ଅଟକି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଠାରେ ଥିବା ପୁରୁଣାଦୋକାନ ଗୃହରେ ବ୍ୟବସାୟରକରି ପରିବାର ଚଳାଉଥିବା ବ୍ୟବସାୟୀ ମାନେ ଦୁଇ ବର୍ଷ ଧରି ସମ୍ଭାଳିବା ପରେ ଏବେ ଅସହାୟ ହୋଇ ପଡିଛନ୍ତି। ଏଠାରେ ବ୍ୟବସାୟକରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ଜଗଦିଶଚନ୍ଦ୍ର  ସାହୁ କହିବା ପରେ ପ୍ରତିଶୃତି ମୁତାବକ ଆସିଏମସି ଘର ନିର୍ମାଣ କରି ହସ୍ତାନ୍ତର କରୁନାହିଁ। ସମସ୍ତ ବ୍ୟବସାୟୀ ମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି। ଦୁଇବର୍ଷ ବିତିଲା, ସମ୍ଭାଳିବା ଧର୍ଯ୍ୟ ଆଉ ନାହିଁ, ଏବେ ପରିବାର କେମିତି ଚଳାଇବୁ ବୋଲି ପ୍ରଶ୍ନ କରିଛନ୍ତି। ଏସଂପର୍କରେ ଆରସିଏମସି କାର୍ଯ୍ୟାଳୟକୁ ବାରମ୍ବାର ଯାଇ ବହୁବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ  ନିଆଯାଉନଥିବା କହିଛନ୍ତି। ଏହି କାର୍ଯ୍ୟାଳୟ ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ ବହୁ ହଇରାଣ ହରକତ କରି ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ତେବେ ଦୟନୀୟ ଅବସ୍ଥାରେ ରହିଥିବା ବ୍ୟବସାୟୀମାନେ ନ୍ୟାୟ ପାଇଁ ଜିଲା ପ୍ରଶାସନ ଓ ଭିଜିଲାନ୍ସର ଦ୍ୱାରସ୍ଥ ହେବାକୁ ସଜବାଜ ହେଉଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories