www.samajalive.in
Sunday, December 14, 2025
26.1 C
Bhubaneswar

ଯୌତୁକ ପାଇଁ ମାରି ଟାଙ୍ଗିଦେଲେ ଶାଶୂଘର, ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ପୁଲିସ

ରାଉରକେଲା: ଯୌତୁକ ପାଇଁ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ନିଜ ଇଞ୍ଜିନିଅର ସ୍ୱାମୀ ଓ ଶାଶୂଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଭୁବନେଶ୍ୱର ନିବାସୀ ପ୍ରିୟଦର୍ଶିନୀ ବିଶ୍ୱାଳ। ସୂଚନା ଅନୁଯାୟୀ ୨୦୧୫ ମସିହା ଅକ୍ଟୋବର ୩୧ରେ ପ୍ରିୟଦର୍ଶିନୀ ରାଉରକେଲା ଉଦିତନଗର ବାସନ୍ତୀ କଲୋନୀର ଜ୍ଞାନ ରଞ୍ଜନ ପ୍ରଧାନଙ୍କୁ ବୈଦିକ ମତେ ବିବାହ କରିଥିଲେ ଓ ବିବାହ ସମୟରେ ଯୌତୁକ ବାବଦକୁ ୩ ଲକ୍ଷ ୫୦ ହଜାର ଟଙ୍କା ସମେତ ସୁନା ଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା।

- Advertisement -

ତେବେ ବାହାଘରର କିଛି ଦିନ ପରେ ଶାଶୂଘର ଲୋକେ ପ୍ରିୟଦର୍ଶିନୀଙ୍କ ଉପରେ ଅଧିକ ଅର୍ଥ ଆଣିବା ପାଇଁ ଚାପ ପ୍ରୟୋଗ କରାଯାଉଥିଲା। ଅନେକ ସମୟରେ ତାଙ୍କୁ ଖାଇବାକୁ ଦିଆଯାଉ ନଥିଲା ଓ ଘର ଭିତରେ ବନ୍ଦ କରି ଦିଆଯାଉଥିଲା ବୋଲି ଜଣାପଡିଛି। ଇଞ୍ଜିନିଅର ସ୍ୱାମୀ ଜ୍ଞାନ ରଞ୍ଜନ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଉଥିବା ପୂର୍ବରୁ ପ୍ରିୟଦର୍ଶିନୀ ଅଭିଯୋଗ କରିଆସୁଥିଲେ। ଗତକାଲି ଘଟଣାର ଆପୋଷ ସମାଧାନ ଓ ମିଳାମିଶା ପାଇଁ ମୃତକ ପ୍ରିୟଦର୍ଶିନୀଙ୍କ ଦାଦା ଓ ଭାଇ ବାସନ୍ତୀ କଲୋନୀରେ ପହଂଚି ଥିଲେ ଓ ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ଘଟଣାର ସମାଧାନ ପାଇଁ ରାତି ୮ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଆଜି ପ୍ରିୟଦର୍ଶିନୀଙ୍କ ଦାଦା ଓ ଭାଇ ତାଙ୍କୁ ନେଇ ଭୁବନେଶ୍ୱର ଆସିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ବାସନ୍ତୀ କଲୋନୀରେ ବିବାହ କରିଥିବା ପରେ ରାତିରେ ରହିବ ପାଇଁ ପ୍ରିୟଦର୍ଶିନୀଙ୍କ ବଡ ଭଉଣୀ ଘରକୁ ଦାଦା ଓ ଭାଇ ଯାଇଥିଲେ।

ରାତି ୧୦ଟା ବେଳକୁ ସ୍ୱାମୀ ଜ୍ଞାନ ରଞ୍ଜନ ଫୋନ କରି ପ୍ରିୟଦର୍ଶିନୀ ଆତ୍ମହତ୍ୟା କରିଥିବା ଜଣାଇଥିଲେ। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକ ପର୍ଯ୍ୟଦର୍ଶିନୀଙ୍କ ଦାଦା ଓ ଭାଇ ଅଭିଯୋଗ କରିଛନ୍ତି। ତାଙ୍କୁ ହତ୍ୟାକାରୀ ଟାଙ୍ଗି ଦିଆଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଶାଶୁ-ଶ୍ୱଶୁର ଫେରାର ହୋଇଯାଇଥିବା ବେଳେ ସ୍ୱାମୀ ଜ୍ଞାନ ରଞ୍ଜନଙ୍କୁ ପୁଲିସ ଅଟକ ରଖି ପଚାର ଉଚୁରା କରୁଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ପ୍ରିୟଦର୍ଶିନୀଙ୍କ ଏକ ୧୪ ମାସର ପୁତ୍ର ସନ୍ତାନ ଥିବା ଜଣାପଡିଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories