www.samajalive.in
Sunday, December 14, 2025
14.1 C
Bhubaneswar

ରାଜଧାନୀରେ ଟିକାକରଣ ୯୧.୪%, ରବିବାର ଟିକାକରଣ ବନ୍ଦ

ଭୁବନେଶ୍ବର: ଶନିବାର ରାଜଧାନୀରେ ଟିକାକରଣ ୯୧.୪ ପ୍ରତିଶତ ହୋଇଛି। ୩ଟି କେନ୍ଦ୍ରରେ ମୋଟ ୫୧୦ ଜଣ ଟିକା ନେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪୬୬ ଜଣ ଟିକା ନେଇଛନ୍ତି। ରାଜଧାନୀରେ ଟିକାକରଣ ଉତ୍ସାହଜନକ ରହିଛି। ଗତ ଶନିବାରରୁ କରୋନା ଟିକାକରଣ ଶୁଭାରମ୍ଭ ହୋଇଥିଲା। ରାଜଧାନୀରେ ୯୦୦୦ କୋଭାକ୍ସିନ ଦିଆଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲେ ହେଁ ଏଯାବତ୍‌ ୮ ଦିନ ସୁଦ୍ଧା ୭୪୪୧ ଜଣ ଟିକା ନେଇଥିବା ଜଣାପଡିଛି।

ଆଜି ଟିକାକରଣ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ସୋମବାର ଟିକାକରଣ ପାଇଁ ୯୬୦ ଟାର୍ଗେଟ ରହିଛି। ଏନେଇ ୫ କେନ୍ଦ୍ରରେ ୧୦ଟି ସେସନ୍‌ କରାଯାଇଛି। କେନ୍ଦ୍ରରେ ରହିଛି କ୍ୟାପିଟାଲ ହସ୍ପିଟାଲ, କା କ୍ଲିନିକ, ସମ୍ଝ ହସ୍ପିଟାଲ, ହାଇଟେକ ଏବଂ ଏମ୍ସ୍‌। ସେହିପରି ଶନିବାର କ୍ୟାପିଟାଲ ହସ୍ପିଟାଲରେ ୧୬୬ ଜଣ ଟିକା ନେଇଥିବା ନିର୍ଦେଶକ ସୂଚନା ଦେଇଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories