www.samajalive.in
Saturday, December 6, 2025
26.1 C
Bhubaneswar

ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀ ଜୟନ୍ତୀ ପଳିତ

ଗଡ଼ମଧୁପୁର : ୧୮୯୭ ମସିହାରେ କଟକଠାରେ ଜନ୍ମ ଗ୍ରହଣ କରିଥିବା ମହାନ ଜନନାୟକ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ପବିତ୍ର ଜନ୍ମତିଥି। ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀଙ୍କର ୧୨୪ତମ ଜନ୍ମତିଥି ପାଳନ କରାଯାଇଛି। ଏହି ଅବସରରେ ସଙ୍ଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ନେତାଜୀଙ୍କ ଫଟୋଛିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପଦାନ କରାଯାଇଛି। ସଙ୍ଘର ସଭାପତି ସୌମ୍ୟରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ ଯୋଗଦେଇ “ମୋତେ ରକ୍ତଦିଅ ମୁ ତୁମକୁ ସ୍ୱାଧିନତା ଦେବି’’ ବୋଲି ନେତାଜୀଙ୍କ ବାଣୀକୁ ସ୍ମରଣ କରାଇଥିଲେ। ସାମ୍ବାଦିକ ବସନ୍ତ କୁାମର ନାୟକ ନେତାଜୀ ଆଜି ମଧ୍ୟ ଜନମାନସର ପ୍ରତିକ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଶାନ୍ତ ସାମଲ, ବିନୋଦ ପରିଡା, ସୁନିଲ ଶତପଥି, ଶୁସାନ୍ତ ଖଟୁଆ,ଶୁସାନ୍ତ ଗୋତ୍ସାୟତ, ପ୍ରଭାତ କୁମାର ସାହୁ, ସୁବ୍ରତ କୁମାର ସାହୁ, ଦୀଲିପ କୁମାର ପରିଡା ଓ ଅବସରପ୍ରାପ୍ତ ଶିକ୍ଷକ ପୁରସ୍ତମ ବେହେରା ,ନିର୍ମଳ ଚନ୍ଦ୍ର ବେହେରା, ଗଙ୍ଗାଧର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories