www.samajalive.in
Sunday, December 14, 2025
26.1 C
Bhubaneswar

ମାଲକାନଗିରି-ଜୟପୁର ରେଳପଥ ନିମନ୍ତେ ମାଟି ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ମାଲକାନଗିରି: ବହୁ ପ୍ରତୀକ୍ଷିତ ମାଲକାନଗିରି –ଜୟପୁର ରେଳପଥ ନିର୍ମାଣ ନିମନ୍ତେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ବିଶେଷ କରି ମାଲକାନଗିରିଠାରୁ ଜୟପୁର ମଧ୍ୟରେ ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ଜଙ୍ଗଲିଆ ଅଞ୍ଚଳ ହୋଇଥିବା ବେଳେ କିଛି ଅଞ୍ଚଳ ଅଧିକ ଖାଲୁଆ ରହିଛି। ଫଳରେ କେଉଁ ପ୍ରକ୍ରିୟାରେ ଏହି ରେଳପଥ ନିର୍ମାଣ କରାଯିବ, ସେଥିନେଇ ପ୍ରାଥମିକ ସ୍ତରରେ ମାଟି ପରୀକ୍ଷା ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଛି। ଗତ ଏକ ସପ୍ତାହ ଧରି ବମ୍ବେର ଖାଜା ଗରିବ ନୱାଜ ଡ୍ରିଲିଙ୍ଗ ସର୍ଭିସ ନାମକ କମ୍ପାନୀ ମାଲକାନଗିରି ସଦର ବ୍ଲକ ସ୍ଥିତ କାଦବାହାଲ ନିକଟ ୨ ଟି ସ୍ଥାନରେ ଯାଞ୍ଚ କରୁଥିବା ଦେଖାଯାଇଥିବାବେଳେ ଦାନିଗୁଡ଼ା ଗ୍ରାମ ନିକଟ ଓ ଭୀମାରାଙ୍ଗିଣି ନିକଟରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସ୍ୱାଧିନତାର ୭ ଦଶନ୍ଧି ପରେ ମଧ୍ୟ ଲୋକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରଥମେ ତତକାଳୀନ ୟୂ.ପି.ଏ ସରକାରଙ୍କ ଅମଳରେ ଏହି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ରେଳ ବଜେଟ ଘୋଷଣା କରାଯାଇଥିଲା। କିନ୍ତୁ ପରବର୍ତି ଏଥିନେଇ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ। କିନ୍ତୁ ଏହାର କିଛି ବର୍ଷ ପରେ ଗତ ୨୦୧୬ ମସିହାରେ ଏନ.ଡି.ଏ ସରକାରଙ୍କ ପ୍ରଥମ ପାଳିରେ ପୁନଃର୍ବାର ବଜେଟରେ ଏହି ପ୍ରକଳ୍ପ ପାଇଁ ସ୍ଥାନ ପାଇଥିଲା। ତଥାପି କାର୍ଯ୍ୟାରମ୍ଭ ହୋଇପାରିନଥିଲା। ବଜେଟରେ ସ୍ଥାନର ପାଇବାର ୨ ବର୍ଷ ପରେ ସବିଶେଷ ପ୍ରକଳ୍ପ ରିପୋର୍ଟ ମଞ୍ଜୁର କରାଯାଇଥିଲା। ଗତ ଫେବୃଆରୀ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ବୈଠକରେ ମୋଟ ୧୩୦ କିଲୋମିଟର ବିଶିଷ୍ଟ ଏଡି ରେଳପଥ ପାଇଁ ୨୬୭୬.୧୧ କୋଟି ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଚଳିତ ୨୦୨୧-୨୨ ମସିହା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରକଳ୍ପ ଜରିଆରେ ମାଲକାନଗିରି ଠାରୁ ଜୟପୁର ମଧ୍ୟରେ ଥିବା ଅନେକ ସହରକୁ ଯୋଡ଼ିବାକୁ ଲକ୍ଷ୍ୟ ରହିଛି। ତେବେ ଏହାର ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜମି ଅଧିଗହଣ ମଧ୍ୟ ଶେଷ ହୋଇପାରିନାହଁ କି ରେଳ ବିଭାଗର ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିନାହିଁ। ଫଳରେ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଜନସାଧାରଣ କୌଣସି ତଥ୍ୟ ଜାଣିପାରୁନାହାନ୍ତି। ଅନ୍ୟପକ୍ଷରେ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟ କିଭଳି ଦ୍ୱରାନ୍ୱିତ ହେବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories