www.samajalive.in
Monday, December 8, 2025
14.1 C
Bhubaneswar

ଗୋଳନ୍ଥରା ପୁଲିସ ପକ୍ଷରୁ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଗୋପାଳପୁର: ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇ ଗାଡି ଚାଳକ ମାନଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ଲୋକେ ନିଜେ ସଚେତନ ହେଲେ ସଡକ ସରକ୍ଷ ସପ୍ତାହ ପାଳନ ସାର୍ଥକ ହୋଇପାରିବ। ଘରୁ ଗାଡି ଧରି ବାହାରିବା ମାତ୍ରେ ହେଲମେଟ ପିନ୍ଧିବା ସହ ସିଟ ବେଲଟ ବାନ୍ଧିବା ନଭୁଲି ରାସ୍ତା ରେ ସମସ୍ତ ନିୟମ ମାନି ଗାଡି ଚଳାଇଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ କୁ ମଧ୍ୟ ସୁରକ୍ଷା ଦେଇ ହେବ ବୋଲି ଆଜି ଗୋଳନ୍ଥରା ଥାନା ପକ୍ଷରୁ କନିଷି ହାଟ ଠାରେ ଆୟୋଜିତ ହୋଇଥିବା ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ପୁଲିସ ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ମତପୋଷଣ କରିଥିଲେ। ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଆଜି ୩୨ ତମ ସଡ଼କ ସୁରକ୍ଷା ସପ୍ତାହ କନିସି ହାଟ ଠାରେ ପାଳିତ କରାଯାଇଛି ।

ଗୋଳନ୍ଥରା ଥାନା ଆଇଆଇସି ବାବୁଲି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଯୋଗଦେଇ କାଯ୍ୟକର୍ମ କୁ ଆରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ସିଏଚ୍ଉ ଷାରାଣୀ, ଉପାଧ୍ୟକ୍ଷ ଅଜିତ କୁମାର ଦାସ,୫୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଳାଇ, ହଳଦିଆ ପଦର ସରପଞ୍ଚ ରାଜେଶ୍ୱରୀ ଦୋରା ସଦର ଏଡିପିଓ ଜୟନ୍ତ ମହାପାତ୍ର, ସିଦ୍ଧ ଭୈରବି ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶିବ ଶଙ୍କର ନାୟକ ପ୍ରମୁଖ ମଞ୍ଚାସିନ ରହି ସଡକ ସୁରକ୍ଷା ସପ୍ତାହ ପାଳନ ନେଇ ନିଜ ନିଜର ବ୍ୟକ୍ତବ ରଖିଥିଲେ।ଏହି ଅବସରରେ ଆୟୋଜିତ ସଚେତନତା କାର୍ୟ୍ୟକ୍ରମ ରେ ରଙ୍ଗେଇଲୁଣ୍ଡା ବ୍ଳକର ଯୁବ ସାମ୍ବାଦିକ ସୁଦର୍ଶନ ରାଉଳ ଏବଂ ତାଙ୍କ କନ୍ୟା ହଂସିକା ରାଉଳ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଏକ ସୁନ୍ଦର କବିତା ପାଠ କରିବା ସହ ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।କନିଷି ବିଜ୍ଞାନ ମହାବିଦ୍ୟାଳୟ ବିଜ୍ଞାନ ଅଧ୍ୟାପିକା ମୋନାଲିସା ଦାଶ ଯୋଗଦେଇ ବିନା ହେଲମେଟ ରେ ଗାଡି ଚଳାଉ ଥିବା ଲୋକଙ୍କୁ ଅଟକାଇ ହେଲମେଟ ପିନ୍ଧି ଗାଡି ଚାଳନା କରିବା ପାଇଁ ନିବେଦନ କରିଥିଲେ। ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ର ସଦସ୍ୟ ସାମ୍ବାଦିକ ରାଜିବ ଲୋଚନ ମିଶ୍ର,ଦିଲିପ କୁମାର ସାହୁ, ମୁନ୍ନା ପଟ୍ଟନାୟକ, ଟୁଟୁ ମହାପାତ୍ର, ନବୀନ ଆଚାରୀ, ଧର୍ମେନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। କୁନି ଝିଅ ହଂସିକା ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଚାର କୁ ପ୍ରଶଂସା କରାଯାଇଥିଲା। ହଂସିକାଙ୍କ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଝାନ୍ସିରାଣୀ ଅଭିନୟ କରି ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିବା ବେଳେ ପୂୂର୍ବରୁ ଶିଶୁ ସୁରକ୍ଷା, ଭୃଣହତ୍ୟା ରୋକିବା, ପରିବେଶ ସୁରକ୍ଷା, ଏବଂ ପରୀ କାର୍ଯ୍ୟକ୍ରମରେ ବିଭିନ୍ନ ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ବେଶ୍ ପ୍ରଶଂସିତ ହୋଇଛନ୍ତି ଏହି କୁନି ଝିଅ ହଂସିକା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories