www.samajalive.in
Saturday, December 6, 2025
19.1 C
Bhubaneswar

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଫୁସଫୁସରେ ସଂକ୍ରମଣ, କିଡ୍‌ନୀ ୭୫% କାମ କରୁନି

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ବର୍ତ୍ତମାନ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବା ପ୍ରସ୍ତୁତ ଆରମ୍ଭ ହୋଇଛି। ଲାଲୁଙ୍କ ହାର୍ଟ ସର୍ଜରୀ ହୋଇଥିଲା। ଏବେ ତାଙ୍କ ଫୁସଫୁସରେ ପାଣି ଜମି ରହିଥିବାବେଳେ କିଡନୀ ଠିକ୍‌ ଭାବେ କାମ କରୁନାହିଁ। ଶରୀର ଫୁଲିଯାଉଥିବା ତାଙ୍କ ପୁଅ ତେଜସ୍ବୀ ଯାଦବ ସୂଚନା ଦେଇଛନ୍ତି।

ଆଜି ଅପରାହ୍ନ ୫ଟାରେ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କୁ ଦିଲ୍ଲୀ ଏମ୍‌ସ ନିଆଯିବ​‌ ବୋଲି ସୂଚନା ମିଳିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ତାଙ୍କୁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ନିଆଯିବ।

- Advertisement -

ତେଜସ୍ବୀ ଯାଦବ ତାଙ୍କ ବାପା ଲାଲୁଙ୍କୁ ଗତ ଶୁକ୍ରବାର ରାତିରେ ଭେଟିବା ପରେ କହିଛନ୍ତି ଯେ, ତାଙ୍କ କିଡନୀ ୨୫ ପ୍ରତିଶତ କାମ କରୁଛି। କ୍ରିଏଟାନାଇନ୍‌ ସ୍ତର ବଢ଼ିଯାଇଛି। ଫୁସଫୁସ ସଂକ୍ରମଣ ଯୋଗୁ ସ୍ଥିତି ଚିନ୍ତାଜନକ ରହିଛି। ସୂଚନାଯୋଗ୍ୟ, ଲାଲୁ ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହା ପରେ ସେ ଜେଲ୍‌ରେ ସଜ୍ଜା କାଟୁଥିଲେ।

ଜେଲ ପ୍ରଶାସନ ପକ୍ଷରୁ ଡାକ୍ତରୀ ଟିମ୍‌ଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟକୁ କୋର୍ଟରେ ଦାଖଲ କରାଯିବା ପରେ ଲାଲୁଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବା ଲାଗି କୋର୍ଟଙ୍କଠାରୁ ଅନୁମତି ନିଆଯିବ। ଏହା ପରେ ତାଙ୍କୁ ଦିଲ୍ଲୀ ପଠାଯିବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories