www.samajalive.in
Monday, December 8, 2025
24.1 C
Bhubaneswar

ନେତାଜୀ ଜୟନ୍ତୀରେ ବୃକ୍ଷରୋପଣ: ‘ଦେଶ ପାଇଁ ସ୍ବାଧୀନତା ଭଳି ସୁସ୍ଥ ପରିବେଶ ଜରୁରୀ’

ବ୍ରହ୍ମପୁର: ଓଡ଼ିଶାର ଦୁଇ ଅତୁଳନୀୟ ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ଓ ଦିଲ୍ଲୀ ପବ୍ଲିକ ସ୍କୁଲ, ଲାଞ୍ଜିପଲ୍ଲୀ ମିଳିତ ଆନୁକୁଲ୍ୟରେ ଶନିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥିଭାବେ ସ୍କୁଲର ନିର୍ଦେଶକ ତଥା ମଧୁମେହ ବିଶେଷଜ୍ଞ ଡାକ୍ତର ସୁନିଲ୍ କୋଟା ଏବଂ ସମ୍ମାନିତ ଅତିଥି ଭାବେ ରୁବି ଚକ୍ଷୁ ମେଡିକାଲ ନିର୍ଦେଶକ ଓ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି. ନାଗେଶ୍ଵର ସୁବୁଦ୍ଧି ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଉପକାରିତା ଉପରେ ବନ୍ଦନା କରିଥିଲେ।

ଡାକ୍ତର କୋଟା କହିଥିଲେ ଯେ, ଦେଶ ପରାଧୀନ ଥିବାବେଳେ ଯେମିତି ଦେଶକୁ ସ୍ଵାଧୀନତାର ଆବଶ୍ୟକତା ଥିଲା ଆଜି ସେମିତି ଦୂଷିତ ପୃଥିବୀକୁ ସନ୍ତୁଳିତ ସବୁଜ ଓ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ ଓ ତାର ସୁରକ୍ଷାର ଆବଶ୍ୟକତା ରହିଛି। ସେଥିପାଇଁ ଆମେ ସମସ୍ତେ ଏମିତି ମହାପୁରୁଷମାନଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ଵୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିବା ଲାଗି ଆଗେଇ ଆସିବା ଉଚିତ।କାର୍ଯ୍ୟକ୍ରମରେ ସ୍କୁଲ ପରିସରରେ ଥିବା ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମର ଫୁଲ ଓ ଫଳ ବୃକ୍ଷରୋପଣ କରାଯାଇଥିଲା।

- Advertisement -

ସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଟ୍ଟନାୟକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ରବିନ୍ ହୁଡ ଆର୍ମି ସଙ୍ଗଠନର ସଭାପତି ବିଜୟ ବାଗାରୀୟା ଓ ସଦସ୍ୟ ସଦସ୍ୟାମାନେ ଓ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ ଓ ପ୍ରଣୟ କୁମାର ସାହୁ, ବିନୋଦ, ସୁଜିତ୍ କୁମାର ଗୌଡ, ଏ. ପ୍ରକାଶ, ଗଣେଶ ପାଣିଗ୍ରାହୀ ପ୍ରମୁଖ ମିଳିମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories