www.samajalive.in
Thursday, December 11, 2025
14.1 C
Bhubaneswar

ସଡ଼କ ସୁରକ୍ଷା ପାଇଁ ସାଇକଲ ଦୌଡ଼

ଭୁବନେଶ୍ବର : କିଏ ବାଘ ତ ଆଉ କିଏ ଅନ୍ୟ ପ୍ରାଣୀ ବେଶଭୂଷା ସହିତ ମୁଣ୍ଡରେ ହେଲମେଟ ଏବଂ ଶରୀରରେ ସମାନ ପୋଷାକ ପିନ୍ଧି ସ୍ମାର୍ଟସିଟିର ବିଭିନ୍ନ ସ୍ଥାନ‌େ‌ର ସାଇକଲ ଦୌଡ଼ରେ ସାମିଲ ହୋଇ ସଡ଼କ ସୁରକ୍ଷା ବାର୍ତ୍ତା ବାଣ୍ଟିଥିଲେ।
କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇକଲ ଦୌଡ଼କୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ସଚେତନତା ଅଭାବରୁ କିଛି ଲୋକଙ୍କ ବେପରୁଆ ଭାବେ ଗାଡ଼ି ଚାଳନା ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ଆମ ସମସ୍ତଙ୍କର ଦାୟିତ୍ବ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଏସ୍‍ଆରଟିସିର ସିଏମ୍‌ଡି ଅରୁଣ ବୋଥ୍ରା, ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ ପିନ୍ଧିବା ଓ ସିଟ୍‍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ପରିବହନ କମିସନର ତଥା ଶ୍ରେଷ୍ଠ ସାଇକଲ ଚାଳକ ଭାବେ ଅନ୍ତର୍ଜାତୀୟସ୍ତରରେ ସମ୍ମାନର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ‘ପେଡାଲ ଫର୍‍ ରୋଡ଼ ସେଫ୍‍ଟି’ ସ୍ଳୋଗାନରେ ଭୁବନେଶ୍ୱରରେ ଉକ୍ତ ସାଇକଲ ଦୌଡ଼ ଆୟୋଜିତ ହୋଇଥିଲା। ଚାଳକମାନେ ରାଜମହଲ ଛକଠାରୁ ଆରମ୍ଭ କରି ରାମ ମନ୍ଦିର ସହ ରାଜଧାନୀର ପ୍ରମୁଖ ଛକ ପରିକ୍ରମା କରି ଓଏସ୍‍ଆରଟିସି ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ବିଭିନ୍ନ ଛକରେ ଚାଳକଙ୍କ ଷ୍ଟଣ୍ଟ ବେଶ୍‍ ଆକର୍ଷଣୀୟ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଆରଟିଓ-୧ ପ୍ରଦୀପ ମହାନ୍ତି, ଆରଟିଓ-୨ ବି.ଏନ୍‍ ଅଧିକାରୀ, ଡେପୁଟି କମିସନର ସଞ୍ଜୟ ବିଶ୍ୱାଳ, ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ବ ସାଇକଲ ଚାଳକ ଭାଗ ନେଇଥିଲେ।

Hot this week

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

Related Articles

Popular Categories