BJD Bijuli 480×75 Mob

ସଞ୍ଜୟ କୁମାର ନାୟକ ରେଭେନ୍ସା କୁଳପତି

BJD Bijuli 480×75 Mob

ଭୁବନେଶ୍ୱର: ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାଦର ନାୟକଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପ୍ରଫେସର ନାୟକଙ୍କୁ ନିଯୁକ୍ତ କରିଛନ୍ତି। ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଅନୁସାରେ ରାଜ୍ୟପାଳ ପ୍ରଫେସର ନାୟକଙ୍କୁ କୁଳପତି ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରଫେସର ନାୟକ ରେଭେନ୍ସା କୁଳପତି ଭାବେ ଚାରି ବର୍ଷ ପାଇଁ କାର୍ୟ୍ୟ କରିବେ। କାର୍ୟ୍ୟଭାର ଗ୍ରହଣ କରିବା ଦିନଠାରୁ ଚାରିବର୍ଷ ପର୍ୟ୍ୟନ୍ତ କିମ୍ବା କାର୍ୟ୍ୟକାଳ ସରିବା ପୂର୍ବରୁ ଯାହା ଆଦେଶ ଦିଆଯିବ ସେ ଅନୁସାରେ କୁଳପତି ଦାୟିତ୍ବ ତୁଲାଇବେ।

ରେଭେନ୍ସା ବିଶ୍ବବିଦ୍ୟାଳୟ ନୂଆ କୁଳପତି ପ୍ରଫେସର ନାୟକ ଏବେ ଚେନ୍ନଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମହାନିର୍ଦେଶକ (ମୁଖ୍ୟ ଏକାଡେମିକ୍ ଅଫିସର) ଭାବରେ କାର୍ୟ୍ୟରତ। ତାଙ୍କର ୩୪ ବର୍ଷର ପାଠ ପଢାଇବାର ଅଭିଜ୍ଞତା ରହିଛି। ପ୍ରଫେସର ନାୟକଙ୍କ ତତ୍ତ୍ବାବଧାନରେ ୪୦ ବିଦ୍ୟାର୍ଥୀ ପିଏଚ୍‌ଡି ଲାଭ କରିଛନ୍ତି। ସେ ବିଭିନ୍ନ ପ୍ରଶାସନିକ କାର୍ୟ୍ୟଭାର ସଫଳତାର ସହ ତୁଲାଇଛନ୍ତି। ପ୍ରଫେସର ନାୟକ ଖୁବ୍‌ଶୀଘ୍ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। କୁଳପତି ପ୍ରଫେସର ଈଶାନ କୁମାର ପାତ୍ରଙ୍କ କାର୍ୟ୍ୟକାଳ ସରିବା ପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ କାର୍ୟ୍ୟକାରୀ କୁଳପତି ଭାବେ ଅବସ୍ଥାପିତ କରାଯାଇଥିଲା। କୁଳପତି ପ୍ରଫେସର ନାୟକଙ୍କୁ ପ୍ରଫେସର ଚୌଧୁରୀ କାର୍ୟ୍ୟଭାର ହସ୍ତାନ୍ତର କରିବେ। କୁଳପତି ପ୍ରଫେସର ଚୌଧୁରୀ ରେଭେନ୍ସା କୁଳପତି ଦାୟିତ୍ବ ତୁଲାଉଛନ୍ତି।

Comments are closed.