www.samajalive.in
Sunday, December 14, 2025
16.1 C
Bhubaneswar

୧୬ ସ୍କୁଲକୁ ‘ପୋଷ୍ୟ’ କଲେ ୧୬ ଆଇଏଏସ୍‌

ଭୁବନେଶ୍ୱର: ସପ୍ତାହକ ତଳେ ଘୋଷଣା ହୋଇଥିଲା ‘ପୋଷ୍ୟ ସ୍କୁଲ’ ଅଭିଯାନ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଏହାର ଶୈଖିକ ବାତାବରଣକୁ ସମୃଦ୍ଧ କରିବା ଏବଂ ସରକାରୀ ବିଦ୍ୟାଳୟ ଗୁଡିକର ମହତ୍ତ୍ବ ବଢାଇବା ଏହାର ଉଦ୍ଦେଶ୍ୟ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋ’ ସ୍କୁଲ ଢାଞ୍ଚାର ପୋଷ୍ୟ ସ୍କୁଲ ଅଭିଯାନରେ ଏବେ ସାମିଲ ହୋଇଛନ୍ତି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ। ଶୁକ୍ରବାର ରାଜ୍ୟର ୧୬ ବରିଷ୍ଠ ପ୍ରଶାସନିକ ଅଧିକାରୀ(ଆଇଏଏସ୍‌) ଓଡ଼ିଶାର ୧୬ଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟ ସହ ଅଧିକାରୀଙ୍କର ଆବେଗିକ ସମ୍ପର୍କ ରହିଛି ତାକୁ ସେମାନେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଅଭିଯାନରେ ସାମିଲ ହୋଇଛନ୍ତି ଖୋଦ୍‌ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଶ୍ରୀ ମହାପାତ୍ର କେନ୍ଦୁଝର ଜିଲାର ଡିଏନ୍‌ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଜିଲାର ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଭଦ୍ରକ ଜିଲାର ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ଜିଲାର ବି.ଏସ୍‌ ଉଚ୍ଚ ବିଦ୍ୟାଳୟ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଡ.କିଷନ କୁମାର ଗଜପତି ଜିଲାର ମିଷ୍ଟର ବଏଜ୍‌ ଆଣ୍ଡ ମିସ୍‌ ଗାର୍ଲ୍ସ ସ୍କୁଲ, କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ.ଅନିଲ କୁମାର ସାମଲ କଟକ ଜିଲାର ଭଗବତୀ ବିଦ୍ୟାପୀଠ ମାହାଙ୍ଗାକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିଛନ୍ତି।

- Advertisement -

ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ଦଳାଇ କେନ୍ଦ୍ରାପଡ଼ା ଜିଲାର ବନମାଳୀ ବ୍ରହ୍ମଚାରୀ ମଡେଲ ସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୁପା ରୋସନ ସାହୁ ଢେଙ୍କାନାଳ ଜିଲାର ବିବି ହାଇସ୍କୁଲ, ଓଡ଼ିଶା ମେଡିକାଲ କର୍ପୋରେସନ୍‌ର ନିର୍ଦେଶକ ବଲୱନ୍ତ ସିଂହ ପୁରୀ ଜିଲା ସ୍କୁଲ, ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଜଗତ୍‌ସିଂହପୁରର ସାରଦା ଏକାଡେମୀ କନକପୁର, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସୁନ୍ଦରଗଡ଼ ଜିଲାର ବିଏସ୍‌ ହାଇସ୍କୁଲ, ଗଜପତି ଜିଲାପାଳ ଅନୁପମ ଶାହା କଳାହାଣ୍ଡିର କେସିଙ୍ଗା ବିଦ୍ୟାପୀଠ, ଏସ୍‌ଆର ପ୍ରଧାନ ବାଲେଶ୍ବର ଜିଲା ସ୍କୁଲ, କେନ୍ଦ୍ରାପଡ଼ା ଜିଲାପାଳ ଯାଜପୁର ଜିଲା ସ୍କୁଲ ଓ ଦେବଗଡ଼ ଜିଲାପାଳ କେନ୍ଦ୍ରାପଡ଼ାର ଇନ୍ଦୁପୁର ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।

ମୁଖ୍ୟତଃ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବିଦ୍ୟାଳୟର ସାମଗ୍ରିକ ବିକାଶ, ଭିତ୍ତିଭୂମି ସୁଦୃଢ, ପାସ୍‌ହାର ବୃଦ୍ଧି, ଗୁଣାତ୍ମକ ଶିକ୍ଷାର ବିକାଶ ଭଳି ଉନ୍ନୟନମୂଳକ କାମ କରିବେ ଏହି ଅଧିକାରୀ। ସମସ୍ତ ଅଧିକାରୀ ସ୍ବଇଚ୍ଛାରେ ଏହାକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଜଣାଇଛନ୍ତି। ଉକ୍ତ ଅଧିକାରୀମାନେ ନିୟମିତ ବ୍ୟବଧାନରେ ସ୍କୁଲ ଯାଇ ଶିକ୍ଷାନୁଷ୍ଠାନର ସୁବିଧା-ଅସୁବିଧା ବୁଝିବା ସହ ପାସ୍‌ହାର ବୃଦ୍ଧି ଓ ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେବେ। ଚଳିତ ବର୍ଷ ସୁଦ୍ଧା ହଜାର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ କରିବାକୁ ଲକ୍ଷ୍ୟଧାର୍ୟ୍ୟ କରାଯାଇଛି। ଶୁକ୍ରବାର ୩ ଓଏଏସ୍‌ ଅଧିକାରୀ ମଧ୍ୟ ପୋଷ୍ୟ ସ୍କୁଲ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଏହି ଅଭିଯାନରେ ବିଧାୟକ, ସାଂସଦ, ଚିକିତ୍ସକ, ପୁଲିସ ଓ ପ୍ରଶାସନିକ ଅଧିକାରୀ ଓ ସମାଜର ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୋ’ ସ୍କୁଲ ଅଭିଯାନକୁ କିଛି ଦିନ ପୂର୍ବେ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏହାକୁ ଅଧିକ ତ୍ବରାନିତ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories