www.samajalive.in
Saturday, December 6, 2025
15.1 C
Bhubaneswar

‘ଜୁହାର ପରିବାର’ର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର : ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଜୁହାର ପରିବାର’ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହ ଶନିବାର (ଅଗଷ୍ଟ ୪ ତାରିଖ) ଦିନ ରାଜଧାନୀ ନୂଆଦିଲ୍ଲୀରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ତ୍ୟାଗରାଜ ପାର୍କ ଠାରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସଦସ୍ୟ ଡକ୍ଟର ପ୍ରଭାସ ସିଂହ ଓ କେନ୍ଦ୍ର ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଡକ୍ଟର ସଞୀବ ପାଟ୍ଟଯୋଶୀ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ପାର୍କରେ ୧୫୦ ଟି ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା।

- Advertisement -

ଏହା ପରେ ପ୍ରତିଷ୍ଠା ଦିବସ ସମାରୋହ ତ୍ୟାଗରାଜ ନଗର ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡିଶା ସଂସ୍କୃତିର ବହୁ ଦିଗ ରାଜ୍ୟ ବାହାରେ ପରିଚୟ ଏବେ ପର୍ଯ୍ୟନ୍ତ ପାଇ ନାହିଁ। ତେବେ ପଶ୍ଚିମ ଓଡିଶାର ସାଂସ୍କୃତିକୁ ରାଜ୍ୟ ବାହାରେ ପରିଚିତ କରିବା ପାଇଁ ପ୍ରୟାସରତ ‘ଜୁହାର ପରିବାର’ର ଉଦ୍ୟମକୁ ଏହି ଅବସରରେ ଅତିଥି ରୂପେ ଯୋଗ ଦେଇଥିବା ଡକ୍ଟର ପ୍ରଭାସ ସିଂହ ଓ ଡକ୍ଟର ପାଟ୍ଟଯୋଶୀ ଉଚ୍ଚ ପ୍ରଂଶସା କରିଥିଲେ। ଏହି ଅବସରରେ ‘ଜୁହାର ପରିବାର’ର ସଦସ୍ୟ ମାନେ ସେମାନଙ୍କର ଚିନ୍ତାଧାରା ଏବଂ ଆଗାମୀ ଦିନରେ କିଛି ନୂଆ କରିବା ପାଇଁ ନୂତନ ଉପାୟ ମାନ ମତ ରଖିଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ‘କଲଚର ଅଫ ୱେର୍ଷ୍ଟନ ଓଡିଶା’ ନାମକ ଶୀର୍ଷକରେ ବିଭିନ୍ନ ବର୍ଗର ଶିଶୁ ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ଆଗାମୀ ସେପଟେମ୍ବର ୨୩ ତାରିଖ ଦିନ ଜବାହାରଲାଲ ନେହେରୁ ଷ୍ଟାଡିୟମ ଠାରେ ନୁଆଁଖାଇ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ‘ଜୁହାର ପରିବାର’ର ରଞନ ପ୍ରଧାନ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories