www.samajalive.in
Saturday, December 13, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କ ନେତୃତ୍ୱରେ ପଦଯାତ୍ରା

ବେଗୁନିଆ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବଚ୍ଛିନ୍ନ ଭାବରେ ଭାରତରେ ୧ ନଂ ମୁଖ୍ୟମନ୍ତ୍ରୀ ହୋଇ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କ ଉଦେଶ୍ୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ରକୁମାର ସାହୁଙ୍କ ନେତୃତ୍ୱରେ ଆଜି ଅପରାହ୍ନରେ ବେଗୁନିଆରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜୁ ପଟନାୟକ ପାର୍କରେ ଥିବା ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବେଗୁନିଆ ବ୍ଲକର ଦଳୀୟ କର୍ମୀମାନଙ୍କୁ ନେଇ ଏହି ବିଶାଳ ପଦଯାତ୍ରା ବଜାର ପରିକ୍ରମା କରି ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକର ବହୁ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଅଧ୍ୟକ୍ଷ, ଉପାଧକ୍ଷ୍ୟଙ୍କ ସହିତ ପୂର୍ବତନ ଦଳୀୟ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ।

- Advertisement -

ଏତଦବ୍ୟତୀତ ବହୁ ମହିଳା ଏହି ପଦଯାତ୍ରାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜୟଗlନ କରିବା ସହିତ ଶଙ୍ଖ ବଜାଇ ହୁଳହୁଳି ଧ୍ୱନୀ ଭିତରେ ପଦଯାତ୍ରା ଶେଷ କରିଥିଲେ। ବିଧାୟକ ରାଜେନ୍ଦ୍ରକୁମାର ସାହୁ ଓଡିଶାବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜକୁ କିପରି ସମର୍ପଣ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ସେ ସମ୍ପର୍କରେ ନିଜ ଭାଷଣ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories