www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦୁଝର ଜିଲ୍ଲାରେ ଚୁକ୍ତିଭିତ୍ତିକ ଚାଷ ପ୍ରକ୍ରିୟାର ଭିତ୍ତି ପଡିଲା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜିର ଏ.ଏ. ଆଗ୍ରୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଶୁକ୍ରବାର ଘଟଗାଁ ବ୍ଲକ ଅଂଚଳ ପୋଇପାଣି ଗ୍ରାମରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଛି। ଏ.ଏ. ଆଗ୍ରୋ ଇଣ୍ଡଷ୍ଟ୍ରିଜର ସତ୍ୱାଧିକାରିଣୀ ଅପର୍ଣ୍ଣା ମହାନ୍ତ ଏଠାରେ ଉନ୍ନତ କିସମ ହାଇବ୍ରିଡ ଲଙ୍ଗ୍ ଗ୍ରୀନ ଧାନଚାଷ ପାଇଁ ଚାଷୀମାନଙ୍କ ସହ ଚୁକ୍ତିନାମା କରିଛନ୍ତି। ଏହି ହାଇବ୍ରିଡ ଧାନବିହନ ଦଶ କିଲୋ ପ୍ୟାକେଟକୁ ଦୁଇହଜାର ପାଂଚଶହ ଟଙ୍କାରେ ଚାଷୀମାନଙ୍କୁ ବିକ୍ରି କରାଯିବା ସହ ଧାନଅମଳ ପରେ ଏହାକୁ ସରକାରୀ ନିର୍ଦ୍ଧାରିତ କୁଇଟାଂଲ ପିଛା ୧୮୬୦ ଟଙ୍କା ଦରରେ ତାଙ୍କ କମ୍ପାନୀ କିଣି ନେବ ଓ ଚାଷୀକୁ ମଣ୍ଡିକୁ ଯିବାକୁ ପଡିବ ନାହିଁ ବୋଲି ଚୁକ୍ତିନାମା କରିଛି। କମ୍ପାନୀ ପକ୍ଷରୁ ଭୂବନାନନ୍ଦ ମହାନ୍ତ ଚାଷୀମାନଙ୍କୁ ଏହି ଅଧିକ ଅମଳକ୍ଷମ ଧାନ ଚାଷ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏଠାକାର ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଏହି ସୁଗନ୍ଧିତ ହାଇବ୍ରିଡ ଧାନ ଚାଷ କରି ଲାଭବାନ ହେବେ ଆଶାରେ ଚୁକ୍ତିନାମା କରି ବିହନ ପ୍ୟାକେଟ କିଣିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories