www.samajalive.in
Wednesday, December 10, 2025
23.1 C
Bhubaneswar

ବୀଣାପାଣି ଯୁବକ ସଂଘ ଅନ୍ୟଙ୍କ ପାଇଁ ପ୍ରେରଣା – ପ୍ରୀତିରଂଜନ

ଯାଜପୁର : କରୋନା ମହାମାରୀ ସମୟରେ ଲୋକେ ଯେତେବେଳେ ଘରୁ ବାହାରିବାକୁ ଡରୁଥିଲେ ସେହି ସମୟରେ ବୀଣାପାଣି ଯୁବକ ସଂଘ ନିଜର ସାମାଜିକ ଦାୟିତ୍ୱବୋଧତାକୁ ଭୁଲିନଥିଲା । କରୋନାକୁ ଖାତିର ନକରି ନିଜର ଅଂଚଳର ଗରୀବ ଖଟିଖିଆ ଯେଭଳି ଭୋକରେ ନ ରୁହନ୍ତି ସେ ନେଇ ଯୁବକ ସଂଘ ତାର ଉଦ୍ୟମ ଜାରି ରଖିଥିଲା । ଯୁବକ ସଂଘର ସାମାଜିକ କାର୍ଯ୍ୟଠାରୁ ଆରମ୍ଭ କରି ସାଙ୍ଗଠାନିକ କାର୍ଯ୍ୟ ସବୁଥିରେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା । ଯେଉଁଥି ପାଇଁ ଏହି ଯୁବକ ସଂଘକୁ ଯେତେ ପ୍ରଶଂସା କଲେ ବି ଏହା କମ୍ ପଡିବ ବୋଲି ଶୁକ୍ରବାର ବୀଣାପାଣି ଯୁବକ ସଂଘ ଟମକା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଏଭଳି ମତପୋଷଣ କରିଛନ୍ତି । ନିର୍ବାଚନ ମଣ୍ଡଳି ଯୁବ ବିଜେଡି ସଭାପତି ତଥା ୮ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ଘଡାଇ ଯୋଗଦାନ କରିବା ସହ ଅନୁଷ୍ଠିତ ହୋଇଯାଇଥିବା ୩୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ସମ୍ମାନୀତ ଅତିଥିଭାବେ ଯାଜପୁର ଜିଲ୍ଲା ବିଜେଡି ଉପ ସଭାପତି ମହେଶ୍ୱର ଗୁରୁ, ପବିତ୍ର ମୋହନ ମହାପାତ୍ର , ବ୍ଲକ୍ ଯୁବ ବିଜେଡି ଉପ ସଭାପତି ନରୋତମ ବେହେରା, ସାଧାରଣ ସମ୍ପାଦକ ସୁରେଶ କୁମାର ମହାନ୍ତ, ଓସ୍ତପାଳ ପଂଚାୟତ ସମିତି ସଭ୍ୟ ଅଜିତ୍ କୁମାର ନନ୍ଦି, କିଆଝର ପଂଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ପାତ୍ର, କିଆଝର ପଂଚାୟତ ବିଜେଡି ସଭାପତି ବିପିନ ବିହାରୀ ସେଠୀ ପ୍ରମୁଖ ଯୋଗଦାନ କରି କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ସଂଘର ସଭାପତି ତଥା ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଯୁବନେତା ସୌମ୍ୟରଂଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ବରିଷ୍ଠ ଉପଦେଷ୍ଟା ଦ୍ୱାରୀକାନାଥ ଦାସ ବାର୍ଷିକ ବିବରଣୀ ପଠନ କରିଥିଲେ । ସଂଘର ସମ୍ପାଦକ ସନାତନ ଦାସ, ବରିଷ୍ଠ ଉପଦେଷ୍ଟା ଦିଲ୍ଲୀପ କୁମାର ପ୍ରଧାନ, ସହ ସମ୍ପାଦକ କିଶାନ୍ ମୁଣ୍ଡା, ଉପ ସଭାପତି ଭାଗିରଥି ତନ୍ତି, କୋଷାଧ୍ୟକ୍ଷ ମଦନ ତନ୍ତି. ସଭ୍ୟ ଅଜୟ କୁମାର ଦାସ, ପାର୍ଥସାରଥି ବେହେରା, ପ୍ରବୀର କୁମାର ବାରିକ, ଗଣେଶ୍ୱର ଦାସ, ରାଜେଶ କୁମାର ଦାସ, ମଦନ ଦାସ, ମନୋଜ ମୁଣ୍ଡା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories