www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ବିଟରରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଟପିଲା ୩ ନିୟୁତ

ଟ୍ବିଟରରେ ନବୀନଙ୍କ ଫଲୋଅରଙ୍କ ସଂଖ୍ୟା ଟପିଲା ୩ ନିୟୁତ

ଭୁବନେଶ୍ବର: ଲୋକପ୍ରିୟତା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ନିକଟରେ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ନବୀନ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଲୋକମାନେ କହିଛନ୍ତି । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ଯାତ୍ରାରେ ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି । ରାଜ୍ୟର ପ୍ରଥମ ରାଜନେତା ଭାବରେ  ଟ୍ବିଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୩ ନିୟୁତ ଅତିକ୍ରମ କରିଛି ।

- Advertisement -

ଟ୍ବିଟରରେ ତାଙ୍କର ଫଲୋଅର୍ସ ସଂଖ୍ୟା ୩ ନିୟୁତ ଅତିକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଏକ ‘ଚମତ୍କାର ଡ଼ିଜିଟାଲ ଯାତ୍ରା’ ବୋଲି ଉଲ୍ଲେଖ କରିଛନ୍ତି । ଏଥିପାଇଁ ସେ ତାଙ୍କର ସମସ୍ତ ଫଲୋଅରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ମୁଖ୍ୟମନ୍ତ୍ରୀ  ନେଇ ସୂଚନା ଦେଇଛନ୍ତି । ଦେଶ ବିଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଓ ସଙ୍ଗଠନ ଟ୍ବିଟରରେ ନବୀନଙ୍କୁ ଫଲୋ କରୁଛନ୍ତି ।

ଅନ୍ୟପକ୍ଷରେ ନବୀନଙ୍କ ଫଲୋଅର ସଂଖ୍ୟା ୩ ନିୟୁତ ଅତିକ୍ରମ କରିଥିଲେ ହେଁ ସେ ଫଲୋ କରୁଥିବା ବ୍ୟକ୍ତି ଓ ସଙ୍ଗଠନ ସଂଖ୍ୟା ମାତ୍ର ୨୨ । ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ପ୍ରଧାନମନ୍ତ୍ରୀ, ବିଜେଡ଼ି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଦଲାଇ ଲାମା, ସୁବ୍ରତ ବାଗଚୀଙ୍କ ପରି କିଛି ନିର୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଫଲୋ କରୁଥିବା ଦେଖାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories