www.samajalive.in
Sunday, December 14, 2025
14.1 C
Bhubaneswar

କାରଗିଲ୍‌ରେ  ବିଏସ୍‌ଏନ୍‌ଏଲ୍‌ର ବିଦ୍ୟୁତ୍‌ ଚୋରି କରିବା ଅଭିଯୋଗରେ ଏୟାରଟେଲ୍ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ : କାରଗିଲ୍‌ରେ ଥିବା ଏକ ଏୟାରଟେଲ୍‌ ଟାଓ୍ୱାରରେ ଚୋରି କରାଯାଇ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଛି । ଏକ ବିଏସ୍‌ଏନ୍‌ଏଲ୍‌ ଟ୍ୱାଓ୍ୱାର ପାଇଁ ଉଦିଷ୍ଟ ବିଦ୍ୟୁତ୍‌ ଟ୍ରାନସ୍‌ଫରମର୍‌ରୁ ବିଦ୍ୟୁତ  ଚୋରି କରାଯାଇଥିବା ଅଭିଯୋଗ ହୋଇଛି । କେବଳ ବିଏସ୍ଏନ୍‌ଏଲ୍‌ ପାଇଁ ଉଦିଷ୍ଟ ଏକ ଟ୍ରାନ୍‌ସ୍‌ଫର୍ମରରୁ ଏୟାରଟେଲ ଟାଓ୍ୱାର ପାଇଁ  ବେଆଇନ୍‌ ଭାବେ ସଂଯୋଗ କରାଯାଇଥିବା ପୁଲିସ ଅନୁସନ୍ଧାନ ବେଳେ ଜଣା ପଡିଛି । ଏହାପରେ ପୁଲିସ ଏକ ମାମଲା ରୁଜୁ କରିଛି । ମାତ୍ର ଏୟାରଟେଲ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

କାରଗିଲ୍‌ରେ ଥିବା ଛାନିଗୁଣ୍ଡରେ ଏପରି ଘଟଣା ଘଟିଥିବା ପୁଲିସର ମୁଖପାତ୍ର କହିଛନ୍ତି । ଏହାପରେ ଜାମ୍ମୁ କାଶ୍ମୀର ବିଦ୍ୟୁତ ନିୟାମକ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

- Advertisement -

ମାତ୍ର ଏହାକୁ ଏୟାରଟେଲ୍‌ ଖଣ୍ଡନ କରିଛି । ଏହି ଟାଓ୍ୱାରକୁ ଏୟାରଟେଲ୍‌ ନୁହେଁ ଏକ ଟାଓ୍ୱାର କମ୍ପାନୀ ପରିଚାଳନା କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀର ନାମକୁ ଏଥିରେ ଯୋଡା ଯାଉଥିବା ଏୟାରଟେଲ୍‌ର ମୁଖାପାତ୍ର କହିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories