www.samajalive.in
Friday, December 12, 2025
14.1 C
Bhubaneswar

୪ ନିଲମ୍ବିତ, ଚୌକିଦାର ବରଖାସ୍ତ

ମାଲକାନଗିରି/କାଲିମେଳା: କାଲିମେଳା ବ୍ଲକର ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଶାସନ ପକ୍ଷରୁ ମୃତା ଛାତ୍ରୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାସହ ତାଙ୍କ ପରିବାରର ଜଣକୁ କନଷ୍ଟେବଳ ଭାବେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା ଜଣାଯାଇଛି। ଏହି ଘଟଣାରେ ଚାରିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଚୌକିଦାରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି।
ମାଲକାନଗିରି ଜିଲା ସୂଚନା ଏବଂ ଲୋକ ସମ୍ପର୍କ ଭାରପ୍ରାପ୍ତ ଅଧିକାରୀ ମାନସ ମିଶ୍ର ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ ମାଲକାନଗିରି ଜିଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଶିଖ୍‌ପାଲ୍ଲି ସେବାଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ଗମ୍ଭୀରତାକୁ ଉପଲବ୍ଧ କରି ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱଜିତ୍‌ ସରକାର, ସହକାରୀ ପ୍ରଧାନଶିକ୍ଷକ ବିଶ୍ୱନାଥ ଲେଙ୍କା, ସହକାରୀ ହଷ୍ଟେଲ ପରିଚାଳକ ଶ୍ରୀମତୀ ରେଣୁବାଳା ମଲ୍ଲିକ୍‌ ଏବଂ କନିଷ୍ଠ ମାଟ୍ରନ ଶ୍ରୀମତୀ ସେଫାଳି କିର୍ତନିୟାଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଚୁକ୍ତିଭିତ୍ତିକ ରାତ୍ର ଜଗୁଆଳି ପ୍ରଦୀପ୍‌ ମୁନାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି।
ଆଜି ଶିଖ୍‌ପାଲ୍ଲି ଗ୍ରାମର ଅଧିବାସୀ ମାନେ ମାଲକାନଗିରି ଜିଲାପାଳ ଓ ଆରକ୍ଷ ଅଧିକ୍ଷକଙ୍କ ସହ ସାକ୍ଷାତ୍‌ କରି ସମ୍ପୃକ୍ତ ମୃତ ଛାତ୍ରୀର ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଜିଲା ପ୍ରଶାସନ ଓ ପୁଲିସ ବିଭାଗ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେବା ସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲୁ ରହିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories