www.samajalive.in
Saturday, December 6, 2025
14.1 C
Bhubaneswar

ଉପାନ୍ତ ଦୁର୍ଗମ ପପୁଲୁରରେ ଲୋକ ସେବକ ମଣ୍ଡଳ ପକ୍ଷରୁ ଗରୀବ ଆଦିବାସୀଙ୍କୁ କମ୍ବଳ ବଣ୍ଟନ

ମାଲକାନଗିରି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ଓ ଆଦର୍ଶରେ ଅନୁପ୍ରାଣିତ ଲୋକସେବକ ମଣ୍ଡଳ ପକ୍ଷରୁ ଅନେକ ସେବା କାର୍ଯ୍ୟକ୍ରମ କରାଯାଇଥାଏ। ବେଳେ ଦୁସ୍ଥ ଲୋକଙ୍କୁ ସହାୟତା, ଗରୀବ ରୋଗୀଙ୍କ ଚିକିତ୍ସା, ଶିକ୍ଷା, ମେଧାବୀ ଶିକ୍ଷା ବୃତି, କରୋନା ସମୟରେ ଗରୀବ ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଏଭଳି ବହୁ ଜନହିତକର କାର୍ଯ୍ୟ କରାଯାଉଛି। ଆଜି ମାଲକାନଗିରି ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଂଚଳର ଲୋକେ ଗୋପବନ୍ଧୁଙ୍କ ସେବା ମନୋଭାବକୁ ମନେ ପକାଇଛନ୍ତିା ଚିତ୍ରକୋଣ୍ଡା ବ୍ଲକର ଆନ୍ଧ୍ର ଓଡିଶା ସୀମାନ୍ତବର୍ତୀ ଅତ୍ୟନ୍ତ ଦୁର୍ଗମ, ମାଓପ୍ରବଣ ତଥା ସମ୍ପୂର୍ଣ୍ଣ ପଛୁଆ ଅଂଚଳ ଭାବେ ପରିଚିତ ପପୁଲୁରଠାରେ ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନାଙ୍କ ଦ୍ୱାରା ଶହ ଶହ ଗରୀବଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲ।।

ଏହି ପଂଚାୟତର ପ୍ରାୟ ୧୪ଟି ଗ୍ରାମ ତଡାପୁଟ, କମଳାପୁରମ୍‍, ପେଟାଲ, ଏନୁଗୁରାଇ, ମୁରଳିଗୁଡା, ସୁଧରି, ନାଗଲୁର, ବୁରୁଦାମାମୁଡି, ତୁଲାଗୁଲ ପ୍ରଭୃତି ଗ୍ରାମର ଶତାଧୀକ ବୃଦ୍ଧାବୃଦ୍ଧ ଆସି କମ୍ବଳ ଗ୍ରହଣ କରିଥିବା ବେଳେ ମାଲକାନଗିରି ସମାଜ ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ, କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ ପାପୁଲୁର ପଂଚାୟତ ନିର୍ବାହୀ ଅଧିକାରୀ ପବିତ୍ର କୁମାର ମାଡକାମି ଓ ଗ୍ରାମ ରୋଜଗାର ସେବକ ସୁନ୍ଦରାୟା ବଡନାୟକ କାର୍ଯ୍ୟକ୍ରମରେ ସହାୟତା କରିଥିଲୋ ଏହି ଅବସରରେ ଗ୍ରାମବାସୀମାନେ ତାଙ୍କ ଗ୍ରାମର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଲୋକସେବକ ମଣ୍ଡଳୀର ଆଜୀବନ କର୍ମୀଙ୍କ ସହ ଆଲୋଚନା କରିଥିଲୋ ବିଶେଷ କରି ଏହି ଅଂଚଳର ଶହ ଶହ ପରିବାର ମୁଳ ଆଦିବାସୀ ହୋଇଥିଲେ ମଧ୍ୟ ଏମାନଙ୍କୁ ଅଦ୍ୟାବଧି ଆଦିବାସୀ ମାନ୍ୟତା ମିଳିନାହିାଁ ତେଣୁ ସେମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଥିଲୋ ସେହିପରି ଲୋକସେବକ ମଣ୍ଡଳର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲ।। ଚିତ୍ରକୋଣ୍ଡା ସମାଜ ବ୍ଲକ ପ୍ରତିନିଧି ଦେବେନ୍ଦ୍ର ନାଥ ସାହୁ, ଗୋବିନ୍ଦପାଲ୍ଲୀ ବ୍ଲକ ପ୍ରତିନିଧି ପ୍ରତାପ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲୋ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories