www.samajalive.in
Sunday, December 7, 2025
26.1 C
Bhubaneswar

ଚୀନ ଆକ୍ରମଣ, କରୋନା ସଙ୍କଟ ସତ୍ବେ ଦେଶବାସୀଙ୍କ ଲାଗି ମୋଦୀ ସରକାର ବିଶ୍ବସନୀୟ: ଇଣ୍ଡିଆ ଟୁଡ଼େ ମୁଡ଼୍ ଅଫ୍ ଦି ନେସନ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ଼ ଜନିତ କ୍ଷତବିକ୍ଷତ ଭାରତୀୟ ଅର୍ଥନୀତି, ସୀମାରେ ଚୀନ ଆକ୍ରମଣରେ ୨୦ ଭାରତୀୟ ସେନା ସହିଦ । ନାଗରିକତ୍ବ ସଂଶୋଧନ ଅଧିନିୟମକୁ ଉତ୍ତର ଓ ଉତ୍ତରପୂର୍ବ ଭାରତରେ ପ୍ରଚଣ୍ଡ ବିରୋଧ,  କୃଷି ଆଇନକୁ ନେଇ ଦେଶରେ ଚାଷୀଙ୍କ ଅସନ୍ତୋଷ । ଏହା ସତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ ବିଶ୍ବସନୀୟ ନେତା  । ଦେଶବାସୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ଏବେ ଯଦି ଦେଶରେ ଭୋଟ ହୁଏ, ତେବେ ଏନଡ଼ିଏ ପାଖାପାଖି ୩୦ ଆସନ ହରାଇବା ସତ୍ବେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ପୁନର୍ବାର ସରକାର ଗଢ଼ିବାକୁ ସମର୍ଥ ହେବ ବୋଲି ଇଣ୍ଡିଆ ଟୁଡ଼େ-କାର୍ଭି ଇନ୍ସାଇଟ୍ସ ମୁଡ଼୍ ଅଫ୍ ଦି ନେସନ (ଏମଓଟିଏନ) ସର୍ଭେରେ କୁହାଯାଇଛି ।

- Advertisement -

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ୩୫୭ଟି ଆସନରେ ବିଜୟୀ ହୋଇଥିଲା । ମାତ୍ର ଏବେ ନିର୍ବାଚନ ହେଲେ ଏହି ସଂଖ୍ୟା ୩୨୧କୁ ଖସି ଆସିବାର ଆଶଙ୍କା ରହିଛି । ଯଦିଓ ୨୦୨୦ରେ ଏମଓଟିଏନ୍ ସର୍ବେକ୍ଷଣଠାରୁ ଚଳିତ ସର୍ବେକ୍ଷଣରେ ଏନଡ଼ିଏ ଆହୁରି ୫ଟି ଆସନ ଅଧିକ ପାଇବ ବୋଲି ଆକଳନ କରାଯାଇଛି । ସେହିପରି ଗତ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ୪୫% ​‌ଭୋଟ ପାଇଥିବାବେଳେ ଏବେ ତାହା ୪୩%କୁ ହ୍ରାସ ପାଇପାରେ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଏମଓଟିଏ୍ ସର୍ଭେରେ କଂଗ୍ରେସ ଓ ୟୁପିଏ ନିମନ୍ତେ ସେପରି କିଛି ଉତ୍ସାହଜନକ ସୂଚନା ନାହିଁ । ଏଥିରେ   କୁହାଯାଇଛି ଯେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଏବେ ନିର୍ବାଚନ ହେଲେ ୯୩ଟି ଆସନରେ ବିଜୟୀ ହୋଇପାରେ। ଏହା ମଧ୍ୟରୁ ୨୦୨୯ରେ ୫୨ ଆସନ ଦଖଲ କରିଥିବା କଂଗ୍ରେସ ୫୧କୁ ଖସି ଆସିପାରେ ବୋଲି ମଧ୍ୟ ଦର୍ଶାଯାଇଛି ।

ଆଞ୍ଚଳିକସ୍ତର ଓ ବର୍ଗୀକୃତ ଅଞ୍ଚଳକୁ ଅନୁଧ୍ୟାନ କରାଗଲେ ସର୍ଭେରେ ଉତ୍ତର ଭାରତରେ ବିଜେପିକୁ ସବୁଠୁ ଅଧିକ ସଫଳତା ମିଳିବ ବୋଲି କୁହାଯାଇଛି। ହିନ୍ଦୀ, ହିନ୍ଦୁ ଓ ହିନ୍ଦୁତ୍ବ ରାଜନୀତିରେ ଏନଡ଼ିଏ ଲୋକମାନଙ୍କର ପ୍ରଥମ ପସନ୍ଦ ରହିଛି ଏବଂ ଉତ୍ତର ଭାରତରେ ଦଳକୁ ୧୦୪ଟି ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି । ଅନୁରୂପ ଭାବରେ ପୂର୍ବଭାରତରେ ବିଜେପି ଓ ଏନଡ଼ିଏର ଲୋକପ୍ରିୟତା ବଢ଼ିଛି । ପୂର୍ବ ଭାରତୀୟ ରାଜ୍ୟରେ ଏନଡ଼ିଏକୁ ୧୦୦ ଆସନ, ପଶ୍ଚିମ ଭାରତରେ ୮୫ ଓ ଦକ୍ଷିଣ ଭାରତରେ ୩୨ ଆସନ ପାଇପାରେ ବୋଲି କୁହାଯାଇଛି ।

ଏମଓଟିଏନ୍ ସର୍ଭେରେ କେବଳ ବିଜେପିର ଆସନ ସଂଖ୍ୟାକୁ ନେଇ ମଧ୍ୟ ଆକଳନ କରାଯାଇଛି । ଏବେ ନିର୍ବାଚନ ହେଲେ କେବଳ ବିଜେପି ଦେଶରେ ୨୯୧ ସଂସଦୀୟ କ୍ଷେତ୍ରରେ ବିଜୟୀ ହେବାର ସମ୍ଭାବନା ରହିଛି, ଯାହା ଆବଶ୍ୟକ ସଂଖ୍ୟା ଗରିଷ୍ଠତାଠାରୁ ୧୯ଟି ଆସନ ଅଧିକ ବୋଲି କୁହାଯାଇଛି । ସବୁଠାରୁ କୌତୂହଳର କଥା ହେଉଛି କରୋନା ପୂର୍ବ କାଳରେ ସାଧାରଣ ନିର୍ବାଚନର କିଛିମାସ ପରେ ୨୦୨୦ ଜାନୁଆରୀ ମାସରେ ହୋଇଥିବା ନିର୍ବାଚନରେ ବିଜେପିର ସିଟ୍ ଆକଳନ ସଂଖ୍ୟା ଗରିଷ୍ଠତା ତଳେ ରହିଥିଲା । ମାତ୍ର ଏବେ ତାହା ଢ଼େର ଅଧିକ ବୃଦ୍ଧି ପାଇଥିବା ଏହି ସର୍ଭେରେ ପ୍ରକାଶ ପାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories