www.samajalive.in
Sunday, December 14, 2025
16.1 C
Bhubaneswar

କୃଷ୍ଣା ଘାଟିରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲା ଅନ୍ତର୍ଗତ କୃଷ୍ଣା ଘାଟି ଅଞ୍ଚଳରେ ପାକିସ୍ତାନୀ ସେନା ପକ୍ଷରୁ ଗୁରୁବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହି ସମୟରେ ପାକ୍‌ ସୈନ୍ୟଙ୍କ ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଛି। ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିବାବେଳେ ସେନାର ଜଣେ ଯବାନ ନିର୍ମଳ ସିଂହ ସହିଦ ହୋଇଛନ୍ତି।

ଗୁଳିମାଡ଼ ଯୋଗୁ ନିର୍ମଳ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନିର୍ମଳ ସିଂହ ଜଣେ ବାହାଦୁର ଏବଂ ସଚ୍ଚୋଟ ସୈନିକ ଥିଲେ। ତାଙ୍କ ବଳିଦାନ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ମନୋଭାବ ପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ ବୋଲି ସେନା ମୁଖପାତ୍ର କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ସୀମାରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଏବଂ ସାମ୍ବା ଜିଲାରେ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ଷଡ଼ଯନ୍ତ୍ରକୁ ଜୋରଦାର କରାଯାଇଛି। କିଛିଦିନ ତଳେ କାଠୁଆ ନିକଟ ଅନ୍ତର୍ଜାତୀୟ ସୀମା ପାଖରୁ ଏକ ସୁଡ଼ଙ୍ଗ ଠାବ ହୋଇଥିଲା। ବିଏସଏଫ ଯବାନମାନେ ପାଟ୍ରୋଲିଂ କରିବା ସମୟରେ ଏହାକୁ ଠାବ କରିଥିଲେ। ଏହି ସୁଡ଼ଙ୍ଗ ଦେଇ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରୁଥିବା ସ୍ପଷ୍ଟ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories