www.samajalive.in
Sunday, December 7, 2025
26.1 C
Bhubaneswar

’ପିଆଜ ଘର’ ହରିଲୁଟ ପଛରେ ସବ୍‌ସିଡି ମୋହ

ବଲାଙ୍ଗିର : ରାଜ୍ୟର ଅନ୍ୟ ଜିଲା ତୁଳନାରେ ବଲାଙ୍ଗିର ଜିଲା ପିଆଜ ଚାଷ ପାଇଁ ବେଶ ଜଣାଶୁଣା। ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କର ଅନେକ ଯୋଜନା ରହିଛି। ଏହି ଯୋଜନା ମଧ୍ୟରେ ଚାଷୀ ପିଆଜ ଅମଳ ପରେ ସଂରକ୍ଷଣ କରିବା ପାଇଁ ପିଆଜ ଘର ଯୋଜନା ମଧ୍ୟ କରିଛନ୍ତି। ଏହି ପିଆଜ ଘର ନିର୍ମାଣ ପାଇଁ ଅନୁଦାନ ମିଳୁଛି। ଏଥିରେ ଅଧା ଟଙ୍କା ସବସିଡି(ଛାଡ) ବି କରାଯାଉଛି। ଆଉ ଏହି ସବସିଡିର ଫନ୍ଦି କରି ଅନେକ ଥିଲା ବାଲା ଯୋଜନାର ଲାଭ ନେଉଛନ୍ତି। ଯାହାର ଏକ ଚିତ୍ର ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତରୁ ମିଳିଛି। ଅତୀତରେ ମଧ୍ୟ ଏଭଳି ଯୋଜନାର ହରିଲୁଟ୍ ହେଉଥିବା ବେଳେ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ। ଓଲଟି ଯୋଜନାରୁ ହରିଲୁଟ୍ କରିବା ପାଇଁ ବାରମ୍ବାର ପ୍ରୟାସରେ ଥିଲା ବାଲା ସଫଳ ହେଉଛନ୍ତି। ଯାହା ପ୍ରକୃତ ଚାଷୀଙ୍କୁ ଚିନ୍ତାରେ ପକାଇଛି।

କରମତଲା ପଞ୍ଚାୟତର ଚାଷୀ କୈଳାସ ବାଗ, ବୃନ୍ଦାବନ ନାଏକ, ନୀଳାମ୍ବର ଭୁଏ, ସତ୍ୟ ନାରାୟଣ ବୁଡେକ, ସୁରେନ୍ଦ୍ର ରଣା, ଛଞ୍ଚତା ଗାଁର ବାସୁ ମଲ୍ଲିକ, ନୀଳ ବାଗ, ଯୁଗଳ ଦେଓ, ଚିତ୍ତରଞ୍ଜନ ବୁଡେକ….ଏଭଳି ସଇଁନ୍ତଲା ବ୍ଲକର ଅନେକ ଚାଷୀ ଧାନ ଅମଳ ହେବା ପରେ ନିଜ କ୍ଷେତରେ ପିଆଜ ଚାଷ କରନ୍ତି। ପାଣି ଦେବା ଠାରୁ ଆରମ୍ଭ କରି ପିଆଜ ଲଗାଇବା ଓ ଏହା କେମିତି ଠିକ୍ ଭାବେ ହେବ ସେଥିପାଇଁ ସକାଳୁ ଆରମ୍ଭ କରି ଦ୍ବି-ପ୍ରହର ଯାଏଁ କ୍ଷେତରେ ପଡି ରହିଥାନ୍ତି। ହେଲେ ଏହି ପିଆଜ ଚାଷୀମାନେ ସରକାରୀ ଯୋଜନା ଓ ଅନୁଦାନରୁ ବହୁ ଦୂରରେ। କିଛି ମାସ ତଳେ ଦେଶରେ ପିଆଜ ଦାମ୍ କେଜି ପ୍ରତି ୮୦ ଟଙ୍କା ଛୁଇଁଥିଲା। ସେତେବେଳେ ବଲାଙ୍ଗିର ଜିଲାର ପିଆଜ ଚାଷୀଙ୍କ କଥା ଆଲୋଚନା ହୋଇଥିଲା। ସେହିପରି ପିଆଜ ସଂରକ୍ଷଣ କରିବା ପାଇଁ ଜିଲାରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ ବୋଲି ଦୀର୍ଘ ବର୍ଷ ତଳେ ଦାବି ହୋଇଥିଲା। ଟିଟିଲାଗଡ ବ୍ଲକ ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିବା ବେଳେ ତାହା ଫେଲ୍ ମାରିଥିଲା। ଶହ ଶହ ବସ୍ତା ପିଆଜ ନଷ୍ଟ ହୋଇଥିଲା। ସେହିଦିନଠାରୁ ଅଦରକାରୀ ହୋଇ ପଡିଛି ଏହି ଶୀତଳ ଭଣ୍ଡାର। ଅନ୍ୟପଟେ ଜିଲାର ପିଆଜ ଚାଷ କରୁଥିବା ଚାଷୀଙ୍କୁ ସଂରକ୍ଷଣ କରିବା ପାଇଁ ପିଆଜ ଘରର ପରିକଳ୍ପନା କରିଥିଲେ ରାଜ୍ୟ ସରକାରଙ୍କ କୃଷି ବିଭାଗ। କିନ୍ତୁ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି। ‘ସମାଜ’ ହାତରେ ଲାଗିଥିବା ଦସ୍ତାବେଜରେ ନିର୍ବାଚିତ ଲୋକ ପ୍ରତିନିଧି, ବ୍ୟବସାୟୀଙ୍କୁ ମିଳିଛି ପିଆଜ ଘରର ସୁବିଧା ଓ ଅନୁଦାନ। ଯାହାକୁ ନେଇ ପ୍ରକୃତ ଚାଷୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। କିନ୍ତୁ ଏହାର ପ୍ରତିବାଦ କେଉଁଠି କରିବେ ଚାଷୀ?

- Advertisement -

ଟିଟିଲାଗଡ ଉଦ୍ୟାନ ବିଭାଗ ପକ୍ଷରୁ ପିଆଜ ଘର ପାଇଁ ଗତ ୧୨ ତାରିଖରେ ଚିଠି ସଂଖ୍ୟା-୨୩ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ସଇଁନ୍ତଲା ବ୍ଲକର ୨୨ପଞ୍ଚାୟତରୁ ୩୧ଜଣଙ୍କୁ ପିଆଜ ଘର ବାବଦରେ ୮୭ ହଜାର ଟଙ୍କା ଲେଖାଏଁ ଅନୁଦାନ ପାଇଁ ଅନୁମତି ମିଳିଛି। ସୂଚନା ଅନୁସାରେ, ଏହି ଟଙ୍କାରୁ ଅଧା ଟଙ୍କା ସବସିଡି(ଛାଡ) ହେବ। ଫଳରେ ଫନ୍ଦି କରୁଥିବା ଲୋକଙ୍କ ଲୋଲୁପ ନଜର ପଡିଛି ଯୋଜନା ଉପରେ। ତଥ୍ୟ ଅନୁସାରେ, ବ୍ଲକର କରମତଲା ପଞ୍ଚାୟତରେ ୧୦ଜଣଙ୍କୁ ପିଆଜ ଘର ପାଇଁ ଚୟନ କରାଯାଇଛି। ଏହି ତାଲିକାର ୫ନମ୍ବରରେ ସରପଞ୍ଚ ନୀଳାଞ୍ଚଳ ବୁଡେକଙ୍କ ବୋହୂ ମାନିନୀ ବୁଡେକ ଓ ସମିତି ସଭ୍ୟ ସୁବାସ ଚନ୍ଦ୍ର ବୁଡେକଙ୍କ ସ୍ତ୍ରୀ ରେଣୁକା ବୁଡେକ ୧୩ ନମ୍ବରରେ ରହିଛନ୍ତି। ସେହିପରି ତାଲିକାର ୬ ନମ୍ବର ସ୍ଥାନରେ ରହିଛନ୍ତି କିରାନା ଦୋକାନ କରିଥିବା ରାକେଶ ଶର୍ମା। ତଙ୍କୁ ମଧ୍ୟ ପିଆଜ ଘର ହିତାଧିକାରୀ ଭାବେ ଚୟନ କରାଯାଇଛି। କେବଳ ସେତିକି ନୁହେଁ, ତାଲିକାର ୧୭ ନମ୍ବର ସ୍ଥାନରେ ରହିଛନ୍ତି ଡେଙ୍ଗ ପଞ୍ଚାୟତର ସିଲେଟପଡ଼ା ଗାଁର କଳ୍ପନା ସାହୁ। ପୂର୍ବ ସାଂସଦ କଳିକେଶ ସିଂହଦେଓଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ବେଲଗାଁ କଲେଜ ଅଧ୍ୟାପକ କିଶୋର ସାହୁଙ୍କ ପତ୍ନୀ(କଳ୍ପନା)ଙ୍କୁ ମଧ୍ୟ ପିଆଜ ଘର ତାଲିକାରେ ସାମିଲ କରାଯାଇଛି। ଯିଏ ପ୍ରକୃତ ଚାଷୀ ସେ ପାଇ ନଥିଲା ବେଳେ ମନଇଚ୍ଛା ଲୋକଙ୍କୁ ଯୋଜନାରେ ସାମିଲ କରାଯିବା ଯୋଗୁଁ ପିଆଜ ଘର ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories