ଅଟୋରିକ୍ସା ଚାଳକ ଏବେ ମେୟର
ମୁମ୍ବଇ: ଆଗରୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅଟୋରିକ୍ସା ଚଳାଉଥିବା ଜଣେ ବ୍ୟକ୍ତି ଏବେ ମହାରାଷ୍ଟ୍ର ପିମ୍ପରି-ଛିନ୍ଦଓ୍ୱାଡାର ମେୟର ଭାବେ ନିଯୁକ୍ତି ପାଇଛନ୍ତି । ରାହୁଲ ଯାଦବ ଆଗରୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୬ ଆସନ ବିଶିଷ୍ଟ ଅଟୋରିକ୍ସା ଚଳାଉଥିଲେ । ପରେ ସେ ୨୦୦୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ପ୍ରଥମେ ସେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପାଇଁ କାମ କରିଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ କର୍ପୋରେଟର ଭାବେ ଜିତିବା ପରେ ତାଙ୍କୁ ସେଠାରେ ମେୟର ପଦବୀ ମିଳିଛି ।
୧୦ ବର୍ଷ ତଳେ ୬ ଆସନ ବିଶିଷ୍ଟ ଅଟୋରିକ୍ସାକୁ ପିମ୍ପରି-ଛିନ୍ଦଓ୍ୱାଡାରେ ନିଷେଧକରାଯାଇଥିଲା । ଅଟୋରିକ୍ସା ଚଳାଇବା ବନ୍ଦ ହୋଇଯିବାରୁ ସେ ଚାଷବାସ କରିଥିଲେ । ରାଜନୀତିରେ ଯୋଗଦେବାପରେ ଲୋକ ପ୍ରିୟତା ହାସଲ କରିଥିଲେ । ରାହୁଲ ଯାଦବ ସାଧାରଣ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।