www.samajalive.in
Saturday, December 13, 2025
26.1 C
Bhubaneswar

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବି.ଏସ.ଫ- ଡି.ଜି

ମାଲକାନଗିରି /ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ବି.ଏସ.ଫ ଡି.ଜି ପ୍ରଥମଥର ପାଇଁ ଆସି ଯବାନ ମାନଙ୍କର ମାନବଳକୁ ଦୃଢ଼ କରିଛନ୍ତି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ କ୍ଷେତ୍ରରେ ବି.ଏସ.ଫ ପୁଲିସକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା। ବି.ଏସ.ଫ ଓ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ଗୋଟିଏ ପରେ ଗୋଟିଏ ମାଓ ଅଞ୍ଚଳ ଦଖଲ ହେବା ସହ ଗଢି ଚାଲିଛି ଗୋଟିଏ ପରେ ଗୋଟିଏ ବି.ଏସ.ଫ କ୍ୟାମ୍ପ। ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ମାଓ ଦମନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବି.ଏସ.ଫ। ଆଜି ବି.ଏସ.ଫ ଡି, ଜି ଶ୍ରୀ ରାକେଶ ଅସ୍ଥାନା, ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପହଞ୍ଚି ଥିଲେ। ସେଠାରେ ସେ କିଛି ଗ୍ରାମ ବାସୀଙ୍କ ସହ ମିଶିବା ସହ ଗ୍ରାମବାସୀଙ୍କୁ କମ୍ବଳ, ଲୁଗା, ବଣ୍ଟନ କରିଥିଲେ। ଏହି ଗସ୍ତ ସମୟରେ ଓଡିଶା ପୁଲିସ ଆଇଜି ଶ୍ରୀ ଅମିତାଵ ଠାକୁର, କୋରାପୁଟ ଡି.ଆଇ.ଜି ପଣ୍ଡିତ ରାଜେଶ ଉତ୍ତମ ରାଓ, ବି.ଏସ.ଫ ଆ.ଇ.ଜି, ମାଲକାନଗିରି ଏସ.ପି ହୃଷୀକେଶ ଖିଲାରୀ ଉପସ୍ଥିତ ଥିଲେ। ତେବେ ଯବାନଙ୍କ ମନ ବଳ ବୃଦ୍ଧି କରିବା ଏହି ଗସ୍ତର ଲକ୍ଷ୍ୟ ,  ଆଦିବାସୀ ମାନେ ହିଂସା ଛାଡି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ, ଏହି ଅଂଚଳରେ ବିକାଶ ଦିଗରେ ସହଯୋଗ କରିବା ସହ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ଦିଗରେ ସରକାରଙ୍କ ଦ୍ଵାରା ହେଉଥିବା ଦିଆଯାଉଥିବା ଉନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories