www.samajalive.in
Sunday, December 14, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗ କର୍ମଚାରୀ

ଫୁଲବାଣୀ: ଜନୈକ ଚାଷୀଙ୍କ ଆମ୍ବ ବଗିଚାର ବିଲ କରିଦେବା ପାଇଁ ଲାଞ୍ଚ ମାଗି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଉଦ୍ୟାନ ବିଭାଗ ଓଭରସିଅର। ଭିଜିଲାନ୍ସ ବିଭାଗ ତଙ୍କୁ ଗିରଫ କରିବା ସହ ଏନେଇ ବିଭିନ୍ନ ସ୍ଥାନରେ ଖୋଳତାଡ ଆରମ୍ଭ କରିଛି। ଅଭିଯୁକ୍ତ ଓଭରସିଅରଙ୍କ ନାମ ବଟକୃଷ୍ନ କଟା ଓ ତାଙ୍କ ଘର କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକର କଳିଙ୍ଗାଠାରେ।

ସୂଚନା ପ୍ରକାରେ, ଦାରିଙ୍ଗବାଡି ବ୍ଲକ ମାଲେବାଡି ଗ୍ରାମର ପୁରେ ପ୍ରଧାନ ତାଙ୍କ ଜମିରେ ଆମ୍ବ ଚଷ କରିଥିଲେ। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଏହି କାମ ପାଇଁ ସେ ଉଦ୍ୟାନ ବିଭାଗରୁ ୫ ଲକ୍ଷ ୩୨ ହଜାର ଟଙ୍କା ପାଇବାର ଥିଲା। ଏଥିରୁ କିଛି ମିଲିଥିବା ବେଳେ ପୁରେ ବିଭାଗରୁ ଆହୁରି ଟଙ୍କା ପାଇବାର ଥିଲା। ତେବେ ବିଭାଗୀୟ ଓଭରସିଅର ବଟକୃଷ୍ନ ତାଙ୍କୁ ଏହି ବିଲ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୁରେ ଏହି ଟଙ୍କା ଦେବ ପାଇଁ ନିଜ ଅସାମର୍ଥ୍ୟ ପ୍ରକାଶ କରିଥିଲେ ବି ବଟକୃଷ୍ନ ନଛୋଡବନ୍ଧା ଥିଲେ। ଶେଷରେ ପୁରେ ଅନ୍ୟ କୌଣସି ଉପାୟ ନ ପାଇ ଦୁର୍ନିତି ନିବାରଣ ବିଭାଗକୁ ଏ ନେଇ ଅଭିଯୋଗ ଦେଇଥିଲେ।

- Advertisement -

ଅଭିଯୋଗ ପ୍ରକାରେ ଆଜି ଦିନ ପ୍ରାୟ ୪ଟା ବେଳେ ଦାରିଙ୍ଗବାଡିସ୍ଥ ନିଜସ୍ୱ କାର୍ଯ୍ୟାଳୟରେ ବଟକୃଷ୍ନ ଏହି ଲାଞ୍ଚ ଗ୍ରହଣ କରୁଥିବା ବେଳେ ବ୍ରହ୍ମପୁର ଭିଜାଲାନ୍ସ ବିଭାଗର ଏକ ଦଳ ପୂର୍ବ ପ୍ରସ୍ତୁତି ପ୍ରକାରେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଏହି ଲାଞ୍ଚ ଟଙ୍କାକୁ ଜବତ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ ନଂ ୧/୨୧ ରୁଜୁ ହୋଇଛି। ବଟକୃଷ୍ନଙ୍କ କାର୍ଯ୍ୟାଳୟ ସମେତ ସରକାରୀ ବାସଭବନରେ ବି ଚଢାଉ ହୋଇଛି। ଭିଜିଲାନ୍ସ ଡ଼ିଏସ୍‍ପି ରବିକାନ୍ତ ସୁନାଙ୍କ ନେତୃତ୍ୱରେ ଇନିସପେକ୍ଟର ପି.ଛତ୍ରିଆ , ଏ.ଏସ୍‍.ଆଇ ନରେନ୍ଦ୍ର ନାୟକଙ୍କ ସମତେ ଷ୍ଟାପ୍‍ ଦିଲିପ୍‍ ପ୍ରଧାନ , ମନୋଜ ନାୟକ , ଶାନ୍ତନୁ କୁମାର ବେହେରା ଓ ଅନ୍ୟମାନେ ସାମିଲ୍‍ ଥିଲେ। ଏହି ଘଟଣା ପରେ ବିଭାଗ ମଧ୍ୟରେ ଏକ ପ୍ରକାର ଛନକା ପଶିଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories