www.samajalive.in
Friday, December 5, 2025
23.1 C
Bhubaneswar

ବିସିସିଆଇକୁ ଖୋଲା ଚିଠି ଲେଖିଲା କ୍ରିକେଟ ଅଷ୍ଟ୍ରେଲିଆ, ଟିମ ଇଣ୍ଡିଆର ଐତିହାସିକ ବିଜୟ ପାଇଁ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ: କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ବୁଧବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)କୁ ଖୋଲା ଚିଠି ଲେଖି ଟିମ୍‌ ଇଣ୍ଡିଆର ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି। ଅନ୍ତିମ ଟେଷ୍ଟରେ ଭାରତୀୟ ଖେଳାଳିମାନଙ୍କର ସାହସ, ଦୃଢ଼ତା ଏବଂ କୌଶଳ ପାଇଁ ସିଏ ଟିମ ଇଣ୍ଡିଆକୁ ପ୍ରଶଂସା କରିବା ସହିତ ସିରିଜକୁ ସୂଚାରୁରୂପେ ସଞ୍ଚାଳନ କରିଥିବାରୁ ବିସିସିଆଇକୁ କୃତଜ୍ଞତା ଜ୍ଞାପନ କରିଛି।

ଅନଭିଜ୍ଞ ଖେଳାଳିମାନଙ୍କୁ ନେଇ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵାଧୀନ ଟିମ୍‌ ପ୍ରତିକୂଳ ପରିସ୍ଥିତି ସତ୍ବେ ଗାବାରେ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଟିମକୁ ୩ ୱିକେଟରେ ପରାଜିତ କରି ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତିବା ସହିତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବାରେ ସଫଳ ହୋଇଛି।

- Advertisement -

ସିଏ ବିସିସିଆଇକୁ କୃତଜ୍ଞତା ଜଣାଇ ଚିଠିରେ ଲେଖିଛି ଯେ, ଏହି ଐତିହାସିକ ଟେଷ୍ଟ ସିରିଜକୁ ନେଇ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିବ। ଅଷ୍ଟ୍ରେଲୀୟ କ୍ରିକେଟ ନିଜର ବନ୍ଧୁତ୍ଵ, ବିଶ୍ଵାସ ଏବଂ ପ୍ରତିବଦ୍ଧତା ପାଇଁ ସର୍ବଦା ବିସିସିଆଇ ନିକଟରେ କୃତଜ୍ଞ ରହିବ। ବିସିସିଆଇ ଏକ କଠିନ ସମୟରେ ସିରିଜ ଆୟୋଜନରେ ସହଯୋଗ କରି ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛି ବୋଲି ସିଏ ଚିଠିରେ ଲେଖିଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories