www.samajalive.in
Sunday, December 7, 2025
13.1 C
Bhubaneswar

ଟେଷ୍ଟ ରାଙ୍କିଙ୍ଗ ଜାରି କଲା ଆଇସିସି; ୧୩ଟି ସ୍ଥାନ ଉପରକୁ ଉଠିଲେ ପନ୍ତ, କୋହଲିଙ୍କୁ ପଛରେ ପକାଇ ୩ୟ ସ୍ଥାନରେ ଏହି ବ୍ୟାଟ୍ସମ୍ୟାନ

ଭାରତ-ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଦ୍ରୁତ ୮୯ ରନ୍‌ କରି ମ୍ୟାନ୍‌ ଅଫ ଦ ମ୍ୟାଚ ବିବେଚିତ ଭାରତୀୟ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏକା ଥରକେ ୧୩ଟି ସ୍ଥାନ ଉପରକୁ ଉଠି ୬୯୧ ପଏଣ୍ଟ ସହିତ ୧୩ ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ସହିତ ପନ୍ତ ବିଶ୍ଵରେ ସର୍ବାଧିକ ରାଙ୍କିଙ୍ଗ ପ୍ରାପ୍ତ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି।
ରାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ କେନ୍‌ ୱିଲିୟମସନ୍‌ (୯୧୯ ପଏଣ୍ଟ) ଏବଂ  ୨ୟ ସ୍ଥାନରେ ଷ୍ଟିଭ୍‌ ସ୍ମିଥ (୮୯୧ ପଏଣ୍ଟ) ରହିଛନ୍ତି। ବ୍ରିସବେନ୍‌ ଟେଷ୍ଟରେ ଶତକ ହାସଲ କରିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନ (୮୭୮ ପଏଣ୍ଟ) ଗୋଟିଏ ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଫଳରେ ବିରାଟ କୋହଲି (୮୬୨ ପଏଣ୍ଟ) ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି।


ଶ୍ରୀଲଙ୍କା ବିପକ୍ଷରେ ଦ୍ବିଶତକ ହାସଲ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୭୮୩) ଟପ୍‌ ୧୦ରେ ପହଞ୍ଚିଛନ୍ତି। ସେ ୫ମ ସ୍ଥାନରେ ରହିଛନ୍ତି। ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା (୭୬୦) ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ଥିବାବେଳେ ଆଜିଙ୍କ୍ୟ ରାହାଣେ (୭୪୮) ୨ଟି ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୧୮ ତମ ସ୍ଥାନରେ ରହିଛନ୍ତି।

- Advertisement -

ବୋଲିଂ ରାଙ୍କିଙ୍ଗରେ ପ୍ୟାଟ୍‌ କ୍ୟୁମିନ୍ସ ୯୦୮ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଷ୍ଟୁଆର୍ଟ ବ୍ରୋଡ୍‌ ୮୪୭ ପଏଣ୍ଟ ସହିତ ୨ୟରେ ରହିଛନ୍ତି। ସେହିପରି ନିଲ୍‌ ୱାଗନର ୮୨୫ ପଏଣ୍ଟ ସହିତ ୩ୟ, ଜୋଶ ହାଜେଲଉଡ୍‌ (୮୧୬ ପଏଣ୍ଟ) ୪ର୍ଥ ଏବଂ ଟିମ ସୌଦି (୮୧୧ ପଏଣ୍ଟ) ୫ମ ସ୍ଥାନରେ ପହଞ୍ଚିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories