www.samajalive.in
Friday, December 5, 2025
26.1 C
Bhubaneswar

ଆଫଗାନିସ୍ତାନର ପରାଜୟ ପାଇଁ ଆଇସିସି କାର୍ଯ୍ୟସୂଚୀକୁ ଦାୟୀ କଲେ ରସିଦ ଖାନ, ଭନ୍

ସମାଜ ଡିଜିଟାଲ ଡେସ୍କ: ଟି-୨୦ ବିଶ୍ଵକପର ପ୍ରଥମ ସେମିଫାଇନାଲରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାହାର ହୋଇଛି ଆଫଗାନିସ୍ତାନ। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ତେବେ ଆଫଗାନିସ୍ତାନ ସେମିଫାଇନାଲରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା, ଯେଉଁଥିପାଇଁ ଦଳକୁ ବିଦାୟ ନେବାକୁ ପଡ଼ିଛି। ଅନ୍ୟପଟେ ଏହି ପରାଜୟ ପାଇଁ ଆଇସିସିର କାର୍ଯ୍ୟସୂଚୀକୁ ଦାୟୀ କରିଛନ୍ତି ଆଫଗାନିସ୍ତାନର ଅଧିନାୟକ ରସିଦ ଖାନ। ଆଇସିସିର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କରାଯାଉଥିବା ଯାତ୍ରା ବ୍ୟବସ୍ଥାକୁ ସେ କଡ଼ା ସମାଲୋଚନା କରିଛନ୍ତି। ଉପଯୁକ୍ତି ବିଶ୍ରାମ ଅଭାବରୁ ତାଙ୍କ ଦଳ ଖରାପ ପ୍ରଦର୍ଶନ କଲା ବୋଲି ରସିଦ କହିଛନ୍ତି। ଆଇସିସି ଏ ଦିଗରେ ଉପଯୁକ୍ତ ଯୋଜନା ସହିତ ବିଚାର କରିବା ଦରକାର ବୋଲି ସେ କହିଛନ୍ତି।

ପ୍ରଥମ ସେମିଫାଇନାଲରେ ଟସ ଜିତିବା ପରେ ରସିଦ ଖାନଙ୍କ ମୁହଁରେ ଅସନ୍ତୋଷର ଝଲକ ଦେଖିବାକୁ ମିଳିଥିଲା। ବିମାନ ୪ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ତାଙ୍କ ଖେଳାଳିମାନେ ଉପଯୁକ୍ତ ବିଶ୍ରାମ କରିପାରି ନ ଥିଲେ। ୧ ଘଣ୍ଟା ଶୋଇଲେ ବି ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ରସିଦ ଟସ ଜିତିବା ପରେ କହିଥିଲେ। ପୂର୍ବରୁ ବି କାର୍ଯ୍ୟସୂଚୀ ପାଇଁ ଆଇସିସିକୁ ଅନେକ ଥର ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି।

- Advertisement -

ଅନ୍ୟପଟେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଇକେଲ ଭନ୍ ବି ଆଇସିସି କାର୍ଯ୍ୟସୂଚୀକୁ ନିନ୍ଦା କରିଛନ୍ତି। ଭାରତକୁ ବିଶେଷ ଗୁରୁତ୍ଵ ଦିଆଯିବା ସହିତ ଅନ୍ୟ ଦଳଗୁଡ଼ିକ ପ୍ରତି ପକ୍ଷପାତିତା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ସୋମବାର ରାତିରେ ସେଣ୍ଟ ଭିନସେଣ୍ଟରେ ଆଫଗାନିସ୍ତାନ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା। ପରେ ସେଠାରୁ ତ୍ରିନିଦାଦକୁ ଆସିବା ପାଇଁ ବିମାନ ୪ ଘଣ୍ଟା ବିଳମ୍ବରେ ଉଡ଼ାଣ କଲା। ମଙ୍ଗଳବାର ଆଫାଗାନିସ୍ତାନ ଖେଳାଳି ଠିକ ଭାବରେ ବିଶ୍ରାମ ନେଇପାରିଲେ ନାହିଁ କି ନୂଆ ପିଚ୍‌ରେ ଅଭ୍ୟାସ କରିପାରିଲେ ନାହିଁ। ବୁଧବାର ସକାଳୁ ମ୍ୟାଚ ରଖାଗଲା। ଖେଳାଳିଙ୍କ ପ୍ରତି ଏଭଳି ଅସମ୍ମାନ ମୋତେ ଭୟଭୀତ କରିଛି ବୋଲି ଭନ୍‌ ଲେଖିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories