www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରାକ୍ଟର ରାଲି ଉପରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଟ୍ରାକ୍ଟର ରାଲି ପାଇଁ କରିଥିବା ଘୋଷଣା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ବୁଧବାର ହୋଇଥିଲା। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ନିଜ ନିଷ୍ପତ୍ତି ଦୋହରାଇବା ସହିତ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ ଉପରେ ନିଷ୍ପତ୍ତି ଛାଡ଼ିଥିଲେ।

ଅନ୍ୟପଟେ କୃଷି ଆଇନକୁ ନେଇ ଲାଗିରହିଥିବା ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ପ୍ରଧାନ ବଚାରପତି ଏସ.ଏ. ବୋବଡେ ସ୍ପଷ୍ଟ କରି କହିଥିଲେ ଯେ, କମିଟିର କାର୍ଯ୍ୟ ରିପୋର୍ଟ ଦେବା, ନିଷ୍ପତ୍ତି ଶୁଣାଇବା ନୁହେଁ। ଏଥିପାଇଁ କମିଟି ଉପରେ ପକ୍ଷପାତିତା ଅଭିଯୋଗ କରା ନ ଯାଉ।

- Advertisement -

ପ୍ରଧାନ ବିଚାରପତି କହିଥିଲେ, ଗଣତନ୍ତ୍ର ଦିବସରେ କୃଷକମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ କେନ୍ଦ୍ର ସରକାରଙ୍କ ପିଟିଶନ ଉପରେ ଆମେ କୌଣସି ଆଦେଶ ଦେବୁ ନାହିଁ। ଆମେ କହିଛୁ ଯେ ଏହା ପୁଲିସକୁ ସ୍ଥିର କରିବାକୁ ପଡ଼ିବ। ଆମେ ଆଦେଶ ପାରିତ କରିବୁ ନାହିଁ। ଆପଣମାନେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାରୀ। ଦିଲ୍ଲୀରେ ପ୍ରବେଶ କରିବା ପ୍ରସଙ୍ଗ ଆଇନ ବ୍ୟବସ୍ଥା ସହିତ ଜଡ଼ିତ। ପୁଲିସ ଏହା ଉପରେ ନିଷ୍ପତ୍ତି ନେବ। ଟ୍ରାକ୍ଟର ରାଲି ହେବ କି ନାହିଁ, ତାହା ପୁଲିସ ସ୍ଥିର କରିବ। ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ପୁଲିସ ପାଖରେ ରହିଛି।

ଏହା ପରେ ସୁପ୍ରିମକୋର୍ଟ ଏହି ପିଟିଶନକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଫଳରେ କେନ୍ଦ୍ର ସରକାର ଟ୍ରାକ୍ଟର ରାଲି ବିରୋଧରେ କରିଥିବା ପିଟିଶନକୁ ପ୍ରତ୍ୟାହାର କରିନେଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories