www.samajalive.in
Monday, December 8, 2025
14.1 C
Bhubaneswar

ନଈ ଏପାରିରେ ଜୀବନ, ଆରପାରିରେ ଜୀବିକା ; ଘର ଭଦ୍ରକରେ, ଜମି ଯାଜପୁରରେ

ଘର ଭଦ୍ରକ ଜିଲାରେ ହେଲେ ଜମି ଯାଜପୁର ଜିଲାରେ ପୁରୁଷପୁରୁଷ ଧରି କ୍ଷେତରେ ବାରମାସି ଫସଲ କରୁଥିଲେ ମଧ୍ୟ ଉଭୟ ଜିଲା ପ୍ରଶାସନର ଟାଳଟୁଳ ନୀତି ଯୋଗୁ କ୍ଷତିଗ୍ରସ୍ତ ଚାଷିଙ୍କୁ ନା ମିଳୁଛି ସହାୟତା ନା ମିଳୁଛି ଚାଷ ପାଇଁ ବିହନ। ଏପରିକି ଘର ଓ ଜମି ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ଜୁଆରୀଆ ବୈତରଣୀ ନଈ ତାସାଙ୍ଗକୁ ହିଂସ୍ର କୁମ୍ଭୀରଙ୍କ ଭୟ। ଏପରିସ୍ଥଳେ ଭଦ୍ରକ ଜିଲାର ଦୋହରାପାଟଣା ଗାଁର ଶହଶହ ଚାଷୀ ନିଜ ଜୀବନକୁ ପାଣି ଛଡାଇ ସକାଳ ହେଲେ  ଟଳମଳ ହୁଲି ଡଙ୍ଗାରେ ପାରି ହୋଇ ପହଁଚନ୍ତି ଜୀବିକା ଅନେଶ୍ୱଣରେ ଏପରି ସ୍ଥିତି ପରଖିବା ପାଇଁ ଆମେ ପହଁଚିଥିଲୁ ଦୋହରାପାଟଣା ଗାଁରେ।

ଆରଡି (ବାବାଜି ଶଙ୍କର ପାଢୀ) : ନଦୀ ଏପାରିରେ ଜୀବନ ଆରପାରିରେ ଜୀବିକା, ଏପରି ପୁରୁଷ ପୁରୁଷ ଧରି ଭଦ୍ରକ ଜିଲା ଦୋହରାପାଟଣା ଗାଁର ଶହଶହ ଚାଷୀମାନେ ପଡୋଶୀ ଜିଲା ଯାଜପୁର ଜିଲାରେ ଥିବା କ୍ଷେତରେ ବାରମାସ ଫସଲ କରୁଥିଲେ ମଧ୍ୟ ଉଭୟ ଜିଲାରୁ ନା ପାଆନ୍ତି ସରକାରୀ ବିହନ ନା ପାଆନ୍ତି କ୍ଷତି ହୋଇଥିବା ଫସଲର ସହାୟତା। ଚାଷ ପ୍ରାରମ୍ଭରୁ ବିହନ ପାଇଁ ଉଭୟ ଜିଲାର ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା କହନ୍ତି ଦୋହରା ପାଟଣା ଗାଁର ଚାଷୀ ଜଗନ୍ନାଥ ମହାକୁଡ, ଗଙ୍ଗଧର ଦାସ ପ୍ରମୁଖ। ସବୁଠାରୁ ବଡକଥା ହେଲା ଜମି ଥିବା ଅଞ୍ଚଳ ବୈତରଣୀ ନଦୀର ଆରପାରିରେ ହୋଇଥିବାରୁ ପ୍ରତିଦିନ ସକାଳ ହେଲେ ଜୁଆରୀଆ ଭରାନଈରେ ଟଳମଳ ହୁଲି ଡଙ୍ଗାରେ ନିଜ ଜୀବନକୁ ବାଜି ଲଗାଇ ଯାଇଥାନ୍ତି ନିଜର କ୍ଷେତକୁ, ପୁଣି ସଂଧ୍ୟା ହେଲେ ଫେରନ୍ତି ଘରକୁ। ଯଦି ବର୍ଷା କିମ୍ବା ପବନ ହେଲା ତାହାଲେ ରାତି କଟେ ଚାଷଜମିରେ। ଏପରିକି ଏହି ଅଞ୍ଚଳର ଚାଷଜମି ତଳମାଳରେ ହୋଇଥିବାରୁ ପ୍ରତିବର୍ଷ ବୈତରଣୀ ନଦୀରେ ଆସୁଥିବା ବଢିରେ ଫସଲ କେତେବେଳେ ସମ୍ପୂର୍ଣ୍ଣ ଧୋଇଯାଏ ତ ଆଉ କେତେବେଳେ ଅଳ୍ପକେ ବର୍ତ୍ତି ଯାଇଥାଏ। ଏପରିକି ବର୍ଷା ଅଭାବରୁ ମରୁଡି ମଧ୍ୟ ଦେଖାଦେଇଥାଏ। ହେଲେ ଚାଷୀମାନଙ୍କର ପରିବାର ପୋଷଣ ନିମନ୍ତେ ଅନ୍ୟ କିଛି ରୋଜଗାର ନଥିବାରୁ ବଜାରରୁ ବିହନ କିଣି ପୁଣି ଲାଗି ପଡନ୍ତି ଚାଷ କାର୍ଯ୍ୟରେ। ଏପରି ସମସ୍ୟା ବାବଦରେ କୃଷି ବିଭାଗର ଭିଏଡବ୍ଲୁ ରଞ୍ଜିତା ପଣ୍ଡାଙ୍କୁ ପଚାରିବାରୁ ଦୋହରା ଅଞ୍ଚଳର ଚାଷୀମାନଙ୍କର ଜମି ଯାଜପୁର ଜିଲାରେ ଥିବାରୁ ବିହନ କିମ୍ବା କୌଣସି ସହାୟତା ରାଶି ମିଳି ପାରିବ ନାହିଁ ବୋଲି ରୋକଠୋକ ଭାବେ ମନା କରିଥିଲେ। ହେଲେ ପୁରୁଷପୁରୁଷ ଧରି ଦୋହରାପାଟଣା ଗାଁର ଶହଶହ ଚାଷୀ ଭରାନଈ ଓ ହିଂସ୍ରକୁମ୍ଭୀରକୁ ଖାତିର ନକରି ନିଜର ଜୀବନଜୀବିକା ପାଇଁ ସଂର୍ଘଷ କରୁଥିଲ ପ୍ରଶାସନ କେବେ ତାଙ୍କ ଦୁଃଖ ବୁଝିବ ତାହା କେବଳ ଭଗବାନଙ୍କୁ ଜଣା ବୋଲି କହନ୍ତି ଗାଁର ପୁରୁଖା ଲୋକ ରକ୍ଷାକର ବାରିକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories