www.samajalive.in
Saturday, December 6, 2025
26.1 C
Bhubaneswar

ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଆରମ୍ଭ ହେଲା ଆରିଥ୍‍ମିଆ ଚିକିତ୍ସାର ସୁବିଧା

ଭୁବନେଶ୍ୱର, ଜାନୁଆରୀ ୧୯: ହୃଦ୍‍ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‍ମିଆ ର ଚିକିତ୍ସା ଏବେ ସମ୍‍ ଅଲଟିମେଡ କେୟାରରେ ଉପଲବ୍ଧ। ଓଡ଼ିଶାର ପ୍ରଥମ କର୍ପୋରେଟ୍‍ ହସ୍ପିଟାଲ୍‍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମ୍‍ରେ ଆରମ୍ଭ ହୋଇଛି।  ଆରିଥ୍‍ମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦ୍‍ସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‍କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍‍ ଭାବେ କାମ ନ କଲେ ହୃଦ୍‍ସ୍ପନ୍ଦନ ଖୁବ୍‍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍‍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ।  ଏହିଭଳି ସମସ୍ୟାର ଉତ୍ପତିକୁ ନେଇ ଏହାକୁ ଆଟ୍ରିଆ କିମ୍ବା ଭେନ୍‍ଟ୍ରିକ୍ଲସ୍‍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ହୃଦ୍‍ସ୍ପନ୍ଦନର ଗତିକୁ ନେଇ ମଧ୍ୟ ଏହା ନିର୍ଣ୍ଣୟ କରାଯାଏ।  ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇ ଏହାର ନିରାକରଣ କରାଯାଇଥାଏ ଅଥବା ହାର୍ଟରେଟ୍‍କୁ ନିୟନ୍ତ୍ରଣ କରାଯାଇଥାଏ। ଯେତେବେଳେ ଔଷଧ କାମ ଦିଏ ନାହିଁ ଇପି ଷ୍ଟଡି ଏବଂ ରେଡିଓଫ୍ରିକ୍ୱେନ୍ସି କୋଥାଟର ଆବ୍‍ଲେସନ୍‍ ଭଳି କେତେକ ଇନ୍‍ଭେସିଭ୍‍ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇଥାଏ।

ଯଦିଓ ପୂର୍ବରୁ ଅନେକ ରୋଗୀ ଓଡ଼ିଶା ବାହାରର କେତେକ ମେଟ୍ରୋ ସହରକୁ ଏହି ରୋଗର ଚିକିତ୍ସା ପାଇଁ ଯାଉଥିଲେ ତେବେ ବର୍ତମାନ ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଅଭିଜ୍ଞ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚିକିତ୍ସା ଉପଲବ୍ଧ। ସମସ୍ତ ସରଳ/ଜଟିଳ ଚିକିତ୍ସା ଏବଂ ପିଏସ୍‍ଭିଟି, ଭିଟି, ଆଟ୍ର୍ରିଆଲ୍‍ ଫିବ୍ରିଲେସନ୍‍ ଏବଂ ଫ୍ଲଟର ଭଳି ଅପରେସନ୍‍ ପରବର୍ତି ଆରିଥମିଆ ର ଚିକିତ୍ସା ସମ୍ମମ୍‍ରେ କରାଯାଇଛି।
କଣ୍ଡକ୍ସନ୍‍ ସିଷ୍ଟମ୍‍ ଡିଜ୍‍ଅର୍ଡର୍‍ ଏବଂ ହାର୍ଟ ଫେଲ୍ୟୁଅର୍‍ ଭଳି କେସ୍‍ରେ ସମସ୍ତ ପ୍ରକାରର କନ୍‍ଭେନ୍‍ସ୍‍ନାଲ୍‍ ଓ ଅତ୍ୟାଧୁନିକ ଫିଜିଓଲୋଜିକାଲ୍‍ ପେସ୍‍ମେକର୍‍ ପ୍ରତ୍ୟାରୋପଣ କରାଯାଇପାରିବ। ସେହିପରି ଔଷଧ ଦ୍ୱାରା କେତେକ ବଂଶାନୁକ୍ରମିକ ହାର୍ଟଫେଲ୍ୟୁଅର୍‍ କ୍ଷେତ୍ରରେ ଉପକାର ମିଳୁ ନଥିଲେ ସ୍ୱତନ୍ତ ପେସ୍‍ମେକର ଲଗାଯାଇ ଚିକିତ୍ସା କରାଯାଇପାରିବ।

- Advertisement -

ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାରରେ ବର୍ତମାନ ଏକ ସ୍ୱତନ୍ତ୍ର କାର୍ଡିଓଲୋଜି ବିଭାଗ ରହିଥିବା ବେଳେ ଅନୁଭୂତି ସମ୍ପନ୍ନ ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟସ୍‍, କାର୍ଡିଆକ୍‍ ସର୍ଜନ୍‍ ଏବଂ କାର୍ଡିଆକ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଉତମ ଚିକିତ୍ସା ପ୍ରଦାନ କରୁଛନ୍ତି। ସମ୍ମମ୍‍ ପେସ୍‍ମେକର/ଆଇସିଡି/ସିଆର୍‍ଟି ପ୍ରତିରୋପଣ ଏବଂ ସଂକ୍ରମିତ ପେସ୍‍ମେକର ଲିଡ୍‍କୁ ଆବଶ୍ୟକସ୍ଥଳରେ କାଢ଼ିବା ନେଇ ଏକ ସ୍ୱତନ୍ତ୍ର କେନ୍ଦ୍ର ଭାବେ ଉଭା ହୋଇଛି। ଏଥିସହିତ ପେସ୍‍ମେକର/ଆଇସିଡି/ଆଇଆର୍‍ଟି ପ୍ରୋଗ୍ରାମିଙ୍ଗ୍‍ ଏବଂ ଆରିଥମିଆ ସମ୍ପର୍କିତ ସମସ୍ୟା ଏବଂ ହାର୍ଟଫେଲ୍ୟୁଅର୍‍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‍ ଆରମ୍ଭ ହୋଇଥିବା ବେଳେ କାର୍ଡିଆକ୍‍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଚିକିତ୍ସା ପ୍ରଦାନ କରୁଛନ୍ତି।  ସମ୍‍ ଅଲ୍ଟିମେଟରେ କରୋନାରୀ ଷ୍ଟେନ୍‍ଟିଙ୍ଗ୍‍, ବାଇପାସ ସର୍ଜରୀ, ଭାଲ୍‍ଭ ରିପ୍ଲେସ୍‍ମେଂଟ, ହାର୍ଟରେ ଥିବା ଛିଦ୍ରର ସର୍ଜରୀ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଖୁବ୍‍ ସୁଲଭ ମୂଲ୍ୟରେ ଚିକିତ୍ସା ଉପଲବ୍ଧ ଅଟେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories